ପାରିବାରିକ କଳହର କରୁଣ ପରିଣତି ! ଜଣଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା
ନୀଳଗିରି : ପାରିବାରିକ କଳହର କରୁଣ ପରିଣତି । ରାଗ ବ୍ରହ୍ମଚଣ୍ଡାଳ । ହିଂସ୍ରତାର ଚରମ ସୀମାରେ ପହଞ୍ଚି ନିଜ ବଂଶଧରର ଜଣେ ଲୋକଙ୍କୁ ବର୍ବଚୋରିତ ହତ୍ୟା । ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ବାଙ୍କିଶୋଳ ଗ୍ରାମରେ ଘଟିଛି ଅଘଟଣ ।
ସୂଚନ ଅନୁଯାୟୀ ବାଙ୍କିଶୋଳ ଗ୍ରାମର ଶ୍ୟାମସୁନ୍ଦର ସିଂ ନିଜ ପରିବାରର କିଛି ସଦସ୍ୟ ଏବଂ ବଂଶଧରମାନଙ୍କ ସହିତ ଦୀର୍ଘଦିନ ଧରି ପାରିବାରିକ ମନୋମାଳିନ୍ୟ ରହି ଆସିଥିଲା । ଶେଷରେ ରାଗ ଚରମସୀମାରେ ପହଞ୍ଚି ସୋମବାର ଶ୍ୟାମସୁନ୍ଦରଙ୍କୁ ବଂଶଧରମାନେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଶ୍ୟାମସୁନ୍ଦର ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ଘଟଣାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଇଛି । ଏନେଇ ମୃତ ଶ୍ୟାମ ସୁନ୍ଦରଙ୍କ ପତ୍ନୀ ନୀଳଗିରି ପୋଲିସ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
