ସଂଗ୍ରାମ କେଶରୀ ମେମୋରିଆଲ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ : ଭଦ୍ରକ ସୂର୍ଯ୍ୟଶିଖା ଦଳ ଚାମ୍ପିଅନ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ୮ମ ବାର୍ଷିକ ସଂଗ୍ରାମ କେଶରୀ ସାହୁ ମେମୋରିଆଲ ଅଲଇଣ୍ଡିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ ରାଇପୁର ୟୁନିଭରସିଟି ଦଳକୁ ୨-୦ ସେଟ୍ରେ ପରାସ୍ତ କରି ଭଦ୍ରକର ସୂର୍ଯ୍ୟଶିଖା ଦଳ ଚମ୍ପିୟାନ ହୋଇଛି ।
ଭଲିବଲ କୋଚ୍ ତଥା ଏସ୍ଆଇ ନିରଞ୍ଜନ ବେହେରା (ମାରାଥନ)ଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଗୋଲ୍ଡ ମେଡାଲିଷ୍ଟ, କେମେଷ୍ଟ୍ରୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଉପମଣ୍ଡଳ ମୁଖ୍ୟ ମଧୁସୁଦନ ବେହେରା, ସମ୍ମାନିତ ଅତିଥି ବାଲିଆପାଳ ବିକାଶ ପରିଷଦର ସଭାପତି ସୁକାନ୍ତ କୁମାର ଜେନା, ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାତ୍ର, ପୂର୍ବତନ ନ୍ୟାସନାଲ ଖେଳାଳି ବଂଶୀଧର ବିଶ୍ୱାଳ, ଜିଲକ୍ଷ କ୍ରୀଡା ସଙ୍ଘ ସଦସ୍ୟ ଜନ୍ମଜୟ ଦେ, ପୂର୍ବତନ ଜାତୀୟ ସ୍ତରୀୟ ଖେଳାଳି ପୂର୍ଣ୍ଣ ଚନ୍ଦ୍ର ଚକ୍ରବର୍ତ୍ତୀ, ପୂର୍ବତନ ନ୍ୟାସନାଲ ଖେଳାଳି ବଂଶୀଧର ବିଶ୍ୱାଳ, ଅବସରପ୍ରାପ୍ତ ଆଇଆଇସି ସୁକାନ୍ତ ଦେ, ଡ.ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ନଗଦ ୫ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ କ୍ଷ କୁନ୍ଦନ ସାହୁ ବିବରଣୀ ପାଠ କରିଥିଲେ । ଆୟୋଜକ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଫାଇନାଲ ମ୍ୟାଚ୍କୁ ନେସନାଲ ରେଫେରୀ କମଳା କାନ୍ତ ବେହେରା ଓ ମାନସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ରମେଶ ଚନ୍ଦ୍ର ବେହେରା ଓ ଷ୍ଟେଟ ରେଫେରି ରଞ୍ଜନ କୁମାର ସାହୁ ଖେଳର ବିବରଣୀ ପ୍ରଦାନ କରିଥିଲେ । ଏହି ୨ ଦିନ ଧରି ହୋଇଥିବା ଟୁର୍ଣ୍ଣାମେଣ୍ଟକୁ ନେସନାଲ ରେଫେରୀ ଧନଞ୍ଜୟ ତ୍ରିପାଠୀ, ସଞ୍ଜୀବ ପଣ୍ଡା,ରଞ୍ଜନ କୁମାର ସାହୁ, ପ୍ରତିମା ନାୟକ, ରାଜେଶ ଦାସ ଓ ଶ୍ରୀକାନ୍ତ ନାୟକ ପରିଚାଳନା କରିଥିଲେ ।
