ମାସିକ ଧର୍ମ ସମୟରେ ଦେଖା ଦେଉଛି କି ଗ୍ୟାସ, ଜାଣନ୍ତୁ ଏହାର ନିରାକରଣ
ଆଜିକାଲି ଜୀବନଶୈଳୀରେ ଖାଲି ପେଟରେ ଗ୍ୟାସ ହେବା ସାଧାରଣ କଥା । ଯାହା ଆପଣଙ୍କ ଖାଦ୍ୟପେୟ, ଶୟନ ତଥା ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ହେଲେ ଏହି ଗ୍ୟାସ ଯୋଗୁଁ ଅନେକ ସମୟରେ ଶରୀରରେ ବିଭିନ୍ନ ଯନ୍ତ୍ରଣା ସୃଷ୍ଟି ହୁଏ । ସବୁଠାରୁ କଷ୍ଟକର ହେଉଛି ସକାଳୁ ସକାଳୁ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହେବା । ଯାହାଫଳରେ ଝାଡା ପେଟ ଯନ୍ତ୍ରଣା ଓ ଅମ୍ଳ ବାନ୍ତି ମଧ୍ୟ ହୋଇଥାଏ। ହେଲେ ଏହାର ବି ଅନେକ କାରଣ ରହିଛି। ଗ୍ୟାସ ହେବାର ମୁଖ୍ୟ କାରଣ ହେଲା ରାତିରେ ଭୋଜନ ପରେ ଠିକ୍ ଭାବେ ନଶୋଇବା।
ତେବେ ରାତିରେ ସାଲାଡ ବା ଶାଗ ଜାତୀୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଖାଲି ସାଲାଡ ଖାଇବା ଦ୍ୱାରା ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ବିନ୍ସ, ମୁଗଡାଲି, ଫୁଲକୋବି, ବନ୍ଧାକୋବି, ମାଛ ଆଦିରେ ଫାଇବର ଓ କାର୍ବୋହାଇଡ୍ରୋଟ୍ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ରାତି ଭୋଜନରେ ଏହାକୁ ଖାଆନ୍ତି ତେବେ ପେଟରେ ଏହା ଗ୍ୟାସ ସୃଷ୍ଟି କରେ । କିଛି ଲୋକ ପେଟକୁ ପ୍ରଚୁର ଖାଇଥାନ୍ତି ହେଲେ ଯଥେଷ୍ଟ ପରିମାଣର ପାଣି ପିଅନ୍ତି ନାହିଁ। ଯାହା ଫଳରେ ଖାଦ୍ୟ ହଜମ ନହୋଇ ଗ୍ୟାସରେ ପରିଣତ ହୋଇଥାଏ। ଓ ଏଥିଯୋଗୁଁ ପେଟରେ ଯନ୍ତ୍ରଣା ଦେଖାଦେଇଥାଏ।
ନାରୀ ମାନଙ୍କ କ୍ଷେତ୍ରରେ ମାସିକ ଧର୍ମ ବା ଋତୁସ୍ରାବ ସମୟରେ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି ହୁଏ । କାରଣ ଏହି ସମୟରେ ଶରୀର କିଛି ହର୍ମୋନ ଅସନ୍ତୁଳିତ ହୋଇଥାଏ । ଫଳରେ ପେଟ ଅନେକ ସମୟରେ ଫୁଲି ରୁହେ । ମାତ୍ର ଶରୀରରୁ ରକ୍ତସ୍ରାବ ସହ ଏହି ଗ୍ୟାସ ମଧ୍ୟ ବାହାରିଯାଏ । ତେବେ ଏହି ସମୟରେ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିପାରିବ। ଅନ୍ୟପଟେ ଗ୍ୟାଷ୍ଟ୍ରିକରେ ପୀଡିତ ଲୋକ ମାନେ ଅତ୍ୟଧିକ ତେଲ ଛଣା ବା ଅଏଲି ଫୁଡ ଖାଇଲେ ମଧ୍ୟ ତାଙ୍କ ପେଟରେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦେଇଥାଏ।
ଏହାବ୍ୟତୀତ କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ । କିଛି ଲୋକଙ୍କ କ୍ଷେତ୍ରରେ ସକାଳୁ ସକାଳୁ ନିତ୍ୟ କର୍ମ ସାରିବା ପରେ ବି ପେଟରେ ଗ୍ୟାସ ହୋଇଯାଏ । ତେଣୁ ଏସବୁକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
