ସାହିତ୍ୟିକ ଅନ୍ନଦା ରାୟଙ୍କ ଜୟନ୍ତୀ
କଟକ : ବିଶିଷ୍ଟ ରାଜନେତା, ଗାଳ୍ପିକ, ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ସ୍ୱର୍ଗତ ଅନ୍ନଦା ରାୟଙ୍କ ଜୟନ୍ତୀ ନୂଆପଡା ବାଲିସାହି ଆଦିବାସୀ ବସ୍ତିରେ ଆଦିବାସୀ ପରମ୍ପରା ସହକାରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ବସ୍ତି ନେତା ବୃନ୍ଦାବନ ଦାସ ଆଜାଦଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସ୍ୱର୍ଗତ ରାୟଙ୍କ ବହୁମୁଖୀ ପ୍ରତିଭା ଉପରେ ଶ୍ରୀ ଆଜାଦ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ନାୟକ, ଶମ୍ଭୁନାଥ ହାଁସଦା, ଶରତ ବିଶ୍ୱାଳ, ଧାନ ସୋରେନ, ଭୁଟା ମହନ୍ତ, ବନା ଦିଗମୁଣ୍ଡା, ରାମସାୟୀ ମୁର୍ମୁ, ବିକାଶ ମାଝି, ଦୁଲି ମୁର୍ମୁ, ମାଳତି ମାରାଣ୍ଡି, ସାଧୁ ହେମ୍ବ୍ରମ, ମାତି ମୁର୍ମୁ, ତୁଳସୀ ସୋରେନ, ସୁବାସିନୀ ବିଶ୍ୱାଳ, ସରସ୍ୱତୀ କାହାଳୀ, କବିତା ହାଁସଦା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗତ ରାୟଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
