୩ଟି ଚୋରା କୋଇଲାଗାଡ଼ି ଜବତ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ଦୋଳସାହିସ୍ଥିତ ହିଡ଼ମ୍ବାଇ ଛକ ନିକଟରେ ୩ଟି କୋଇଲାଗାଡ଼ିକୁ ପୋଲିସ ୧୩ ତାରିଖ ଭୋର ସମୟରେ ଜବତ କରିବା ସହିତ ଜଣେ ଗାଡ଼ିଚାଳକକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି । ପ୍ରକାଶ ଯେ, ପୋଲିସ ୧୩ ତାରିଖ ରାତ୍ରି ପେଟ୍ରୋଲିଂ କରୁଥିବା ସମୟରେ ହିଡ଼ମ୍ବାଇ ଛକ ନିକଟରେ ଗୋଟିଏ ୧୪ ଚକିଆ ଟ୍ରକ ଓ ୨ଟି ପିକଅପ ଭ୍ୟାନ୍ ଗାଡ଼ି ଚୋରା କୋଇଲା ବୋଝେଇ କରି ଗୁଆମାଳ ଅଭିମୁଖେ ଯାଉଥିଲା । ଏହି ସମୟରେ ପୋଲିସ ୩ଟି ଗାଡ଼ିକୁ ଧରି ଥାନାକୁ ଆଣିଥିଲେ । ଏଥିସହିତ ଭଦ୍ରକ ଅଞ୍ଚଳର ଅରମାନ ନାମକ ଗାଡ଼ିଚାଳକକୁ ପୋଲିସ ଗିରଫ କରିଥିବାର ଜଣାପଡ଼ିଛି । ପୋଲିସ୍ ୩ଟି ଗାଡ଼ିରୁ ୯୮ ବସ୍ତା ଚୋରା କୋଇଲା ଥିବା ଜାଣିବାକୁ ପାଇଛନ୍ତି । ତିହିଡ଼ି ଥାନା ଅଧିକାରୀ ତପନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିବାର ଜଣାପଡ଼ିଛି ।
