ଶିମିଳିପାଳ ରେ କୁମ୍ଭିର ସଂଖ୍ୟା ୮୬ ପୂର୍ବରୁ ୨୦୨୧ରେ ୮୧ଟି ଓ ୨୦୨୨ରେ ୮୩ଟି କୁମ୍ଭୀର ଥିଲେ
ବାରିପଦା : ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ କୁମ୍ଭୀର ଗଣ ନା ସରିଥିବା ବେଳେ ୮୬ ଟି କୁମ୍ଭିର ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାରଙ୍କ ପକ୍ଷରୁ ଜଣାଯାଇଛି । ଶିମିଳିପାଳ ଅଭୟାରଣ୍ୟ ତଥା ଏହାର ପାଦଦେଶରେ ଥିବା ୱେଷ୍ଟ ଦେଓ ନଦୀ, ଇଷ୍ଟ ଦେଓ ନଦୀ, ଖଈରି ନଦୀ, ଖଡ଼ଖାଇ, ଠକଠକି, ବୁଢ଼ାବଳଙ୍ଗ ନଦୀକୂଳ ଆଦି ଅଂଚଳ ସହିତ ରାମତୀର୍ଥ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଗତ ଜାନୁଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଗଣନା ପ୍ରକ୍ରିୟା ଚାଲିଥିଲା । ଉତର ଶିମିଳିପାଳରେ ୭ଟି ଓ ଦକ୍ଷିଣ ଶିମିଳିପାଳରେ ୯ଟି ରେଂଜର ପ୍ରତି ରେଂଜ ପାଇଁ ଗୋଟିଏ ଲେଖାଏଁ ଟିମ କରାଯାଇ କୁମ୍ଭୀର ଗଣନା ହୋଇଥିଲା । ପୂର୍ବରୁ ୨୦୨୧ ଗଣନାରେ ୮୧ଟି ଓ ୨୦୨୨ରେ ୮୩ ଟି କୁମ୍ଭୀର ଶିମିଳିପାଳ ଅଭୟାରଣ୍ୟରେ ଥିବା ବେଳେ ଚଳିତ ବର୍ଷ ୩ଟି କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି । ଏହା ସହିତ ଜିଲ୍ଲାର ସମସ୍ତ ବନଖଣ୍ଡରେ ପକ୍ଷୀ ଗଣନା ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା
