ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ବାଳିକା ବର୍ଗର ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା, ୨୦୨୨-୨୩ ଜାନୁୟାରୀ ୧୩ ତାରିଖରେ ବାରିପଦା ସ୍ଥିତ ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମେଳନ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶକୁନ୍ତଳା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ପୂର୍ବତନ ସଭାପତି ନିରୁପମା ଦାସ, ସମ୍ମାନିତ ଅତିଥି ଭାବେ ବାରିିପଦା ବ୍ଲକ ନୋଡାଲ ପିଈଟି ସମ୍ପାଦକ କଳ୍ପନା ମହାପାତ୍ର ଯୋଗଦେଇଥିଲେ । ବିଚାରକ ଭାବେ ଶାରୀରିକ ଶିକ୍ଷା ଶିକ୍ଷକ ଜ୍ୟୋତିରଞ୍ଜନ ଦାସ, ସରୋଜ ରାମ, ମନୋଜ ରାମ, ମୋନା ଦାସ, ମିତାକ୍ଷୀ ମହାନ୍ତି, ହିିମାନୀ ପାତ୍ର, ଭବାନୀ ସତ୍ୟପ୍ରିୟା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ସେଣ୍ଟ୍ରାଲ ଅଫିସିଆଲ୍ ଭାବେ ଦୀପକ ରାମ, ପ୍ରଦୀପ ଚୌଧୁରୀ ଯୋଗଦେଇଥିଲେ । ଅତିଥି ପରିଚୟ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ, ଧନ୍ୟବାଦ ଅର୍ପଣ ଶିକ୍ଷକ ସଞ୍ଜୟ ବେହେରା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ବିଦ୍ୟାଳୟପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀମାନେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଜାନୁୟାରୀ ମାସ ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଯୋଗଦେବେ ।
