ସୁବର୍ଣ୍ଣରେଖା ସେବା ସଂଘର ସେବା କାର୍ଯ୍ୟ
ବାଲିଆପାଳ : ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ସେବା ସଂଘ ପରିବାର ପକ୍ଷରୁ ଗୁରୁବାର ସ୍ଥାନୀୟ ଆଠବାଟିଆ ଗ୍ରାମରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ସଂଘର ସ୍ବେଚ୍ଛାସେବୀ ମାନେ ଗ୍ରାମର ପକ୍ଷାଘାତ ରୋଗୀ ଅରୁଣ କୁମାର ଜେନାଙ୍କ ଘରେ ପହଞ୍ଚିଥିଲେ।ନିଃସହାୟ ଅରୁଣର ସ୍ତ୍ରୀ ମଧ୍ୟ ଜଣେ ଯକୃତ ରୋଗ ଆକ୍ରାନ୍ତ ମଣିଷ ।କେବଳ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଛଡା ସେମାନଙ୍କ ଅନ୍ୟ କୌଣସି ରୋଜଗାର ନାହିଁ।ଆର୍ଥିକ ସମ୍ବଳ ନ ଥିବାରୁ ଦୁହିଁଙ୍କ ରୋଗର ଚିକିତ୍ସା ହୋଇ ପାରୁ ନାହିଁ।କେବଳ ଭାଗ୍ୟକୁ ଆଦରି ଭଙ୍ଗା କୁଟୀରରେ ପଡି ରହିଛନ୍ତି।ସଂଘର ଉମେଶ କୁମାର ପାତ୍ର,ଶ୍ରୀକାନ୍ତ ରଣା, ମନୋରଞ୍ଜନ ଗିରି,କମଳ ଲୋଚନ ପାତ୍ର, କନକ ଳତା ଗିରି ,କାମେଶ୍ୱର ପାତ୍ର, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ସ୍ୱେଚ୍ଛାସେବୀ ସେବୀ ମାନେ ଶୁଖିଲା ଖାଦ୍ୟ ସାମଗ୍ରୀ , ଔଷଧ ପତ୍ର, କିଛି ଆର୍ଥିକ ସହାୟତା ଆଦି ପ୍ରଦାନ କରିଥିଲେ।ଭବିଷ୍ୟତରେ ଅଧିକ ସହାୟତା ଯୋଗାଇଦେବେ ବୋଲି ସେମାନେ କହିଛନ୍ତି।
