ଏମ.ସି.ଏ.ଏମ. କଲେଜରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ
ବାରିପଦା : ମହାରାଜ ପୁର ସ୍ଥିତ ମୟୂରଭଂଜ କଲେଜ ଅଫ୍ ଆକାଉଂଟେନସି ଆଣ୍ଡ ମ୍ୟାନେଜେମେଂଟ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରାଯିବା ସହ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବରେ ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ରମ, ଜେ.ଏମ.ଏ.ର ରାଜ୍ୟ ସମ୍ପାଦକ ପଦ୍ମଲୋଚନ ମହାନ୍ତ, ଜେ.ଏମ.ଏମ. କେନ୍ଦ୍ରୀୟ କମିଟି ସଦଶ୍ୟ ପ୍ରଭୁଦାନ ମାରାଣ୍ଡି, ଯୁବନେତା ଅନନ୍ତ ମୁର୍ମୁ, ବିନ୍ଦୁଚନ୍ଦନ ହାଁସଦା, ଦେବାଶିଷ ମାରାଣ୍ଡି, ପେସା ଗ୍ରାମସଭାର ସଭାପତି ପାଣ୍ଡୁରାମ ହେମ୍ରମ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କର୍ତବ୍ୟ ପରାୟଣ ହେବା ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ସଂସ୍କୃତିକୁ ସମ୍ମାନ ଦେବା ସହିତ ପାଠ ପଢି ଆଗକୁ ଯିବାକୁ ପରାମର୍ଶ ଦେଇଥିଲେ । ଏମ.ସି.ଏ.ଏମ. ଆଦିବାସୀ ଛାତ୍ର ସଂଗଠନର ସଭାପତି ଲୋକନାଥ ହେମ୍ରମ, ଉପସଭାପତି ବିଶ୍ୱଜିତ ମାରାଣ୍ଡି, ସାଧାରଣ ସମ୍ପାଦକ ପୂର୍ଣ୍ଣ ହୋ ଏବଂ ସହ ସମ୍ପାଦକ କେ.ସୂରିୟା ହେମ୍ରମ ନିଜର ବକ୍ତବ୍ୟ ରଖିବା ସହିତ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ଦାସ, ରଣଜିତ ମାରାଣ୍ଡି, ଅଧ୍ୟାପିକା ସବିତା ରାଣୀ ଦାଶ, ବିଜୟା ନାୟକ, ମୀରା ସେନାପତି, ରୂପମଂଜରୀ ବେହେରା, ତୃପ୍ତି ଦାସ, ସାଗରିକ ପଣ୍ଡା, ଦେବାଶ୍ରିତା ବିଶ୍ୱାଳ, ଅଭିପ୍ସା ନାୟକ, ଅଙ୍କିତା ସାହୁ, ପୁର୍ଣିମା ମହାନ୍ତି, ଦିପ୍ତୀଶ୍ରୀ ବେହେରା, ସୁଶ୍ରୀ ନାୟକ, ସଂଯୁକ୍ତା ମହାନ୍ତ, ଜ୍ୟୋତିର୍ମୟୀ ଗିରି, ସସ୍ମିତା ସି, ସୁଜାତା ପାଲ୍ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
