୧୦ ଦିନରେ ପହଂଚିଲା ମାସା ଆର୍ମିର ରାଷ୍ଟ୍ରପତି ଭବନ ପଦଯାତ୍ରା
ବାରିପଦା : ମୟୂରଭଂଜ କୁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ମାସା ଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଙ୍କ ନେତୃତ୍ୱରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ୧୦ ଦିନ ପୁରିଥିବା ବେଳେ, ବର୍ତମାନ ପଦଯାତ୍ରା ରାଂଚି ପାଖ ବୁଣ୍ଡୁ ଠାରେ ପହଂଚିଥିବାର ଜଣାଯାଇଛି କ୍ଷ ମୟୂରଭଂଜ ଗଡଜାତ ରାଜ୍ୟ ଓଡ଼ିଶା ସହିତ ଜିଲ୍ଲା ଭାବେ ମିଶିବା ପରେ ଅଦ୍ୟାବଧି ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ ସେବା, ନିଯୁକ୍ତି, ରୋଜଗାର, ପର୍ଯ୍ୟଟନ ସ୍ଥଳୀର ବିକାଶ, ଆଦିବାସୀ ମାନଙ୍କ ଭାଷାର ବିକାଶ ଇତ୍ୟାଦି କ୍ଷେତ୍ରରେ ମୟୂରଭଂଜ ଅବହେଳିତ ହୋଇ ରହିଥିବାରୁ ମୟୂରଭଂଜର ସାମୁହିକ ବିକାଶ ପାଇଁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ କରିବା ଦାବିରେ ମାସା ଆର୍ମୀ ସଂଗଠନର କର୍ମୀ ମାନେ ଦିଲ୍ଲୀ ରାଷ୍ଟ୍ରପତି ଭବନକୁ ପଦଯାତ୍ରାରେ ବାହାରିଛନ୍ତି କ୍ଷ ଦିଲ୍ଲୀ ପଦଯାତ୍ରାରେ ଶ୍ରୀ ମାରାଣ୍ଡିଙ୍କ ସହିତ ୫ଜଣିଆ ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସାଂଗଠନିକ ସମ୍ପାଦକ କରୁଣାକର ସରେନ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ବାରିପଦା ବ୍ଲକ ସଭାପତି ସାଉନା ମୁର୍ମୁ, ଖୁଂଟା ବ୍ଲକ ସଭାପତି ବାଦଲ ମାରାଣ୍ଡି ପ୍ରମୁଖ ପାଞ୍ଚ ଜଣିଆ ଟିମ ପଦଯାତ୍ରା ରେ ସାମିଲ ଅଛନ୍ତି କ୍ଷ
