କଟକ-ଇନ୍-କଟକରେ ନାଚଗୀତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
କଟକ : ବିଶ୍ୱକପ ହକି ଉଦଘାଟନୀ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ସହ ଉଷ୍ମତା ବୃଦ୍ଧି ପାଇଁ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ଆଜି କଟକ-ଇନ-କଟକରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ନାଚ ଗୀତ, ବିଭିନ୍ନ ଚିତ୍ରକଳା ଓ ଝୋଟି ପ୍ରତିିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍କୁୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିଶ୍ୱକପ ହକିର ବିଷୟବସ୍ତୁକୁ ନେଇ ଚିତ୍ର ଆଙ୍କିଥିଲା ବେଳେ ସ୍ୱୟଂ ସହାୟିକା ସଂଘଗୁଡିକ ମଧ୍ୟରେ ରଙ୍ଗୋଲୀ ପ୍ରତିଯୋଗିତା କରାଯାଇଥିଲା । ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ମହିଳା କର୍ପୋରେଟର ଯୋଗଦେଇଥିଲେ ।
