ପଞ୍ଚାୟତସ୍ତରୀୟ କ୍ରୀଡାରେ ଯୁବ କ୍ରୀଡାବିତଙ୍କ କମାଲ
ଖଇରା : ବୁଧବାର ଦିନ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଖେଳ ପଡିଆରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ଅଘାପଦା ଘୁଷୁରିଗଡିଆ ବିଜୟଲାଭ କରିଥିଲା । ସରପଞ୍ଚ ମମତାରାଣି ପରିଡା,ନିର୍ବାହୀ ଅଧକାରି ସୁଶାନ୍ତ କୁମାର ସ,କୃପାସିନ୍ଧୁ ଖଟୁଆ,ଦାସରଥି ବାରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ବାଇଧର ଅଣ୍ଡିଆ,ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଟିମକୁ ସିଲ୍ଡ ପ୍ରଦାନ କରିଥିଲେ । ମହତୀପୁର ପଞ୍ଚାୟତ କଣ୍ଟାପଡା ଖେଳ ପଡିଆରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ତେଲଦିଆ ଚାମ୍ପିୟନ ହୋଇଥିଲା । ମୋଟ ୬ଟି ଟିମ ଅଂଶ ଗ୍ରହଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ସରପଞ୍ଚ ଆରତୀ ମହାନ୍ତି,ସମିତିସଭ୍ୟା ଭାନୁପ୍ରିୟା ମହାରଣା,ପୁର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳ,ସମିତିସଭ୍ୟା ପ୍ରତିନିଧି ରମାକାନ୍ତ ମହାରଣା,ନିର୍ବାହୀ ଅଧିକାରିଣୀ ସ୍ନେହାଞ୍ଜଳୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ମଙ୍ଗଳବାର ଦିନ ବର୍ତ୍ତନା ପଞ୍ଚାୟତ ଅଧୀନ ଉଦୟପୁର ଖେଳ ପଡିଆରେ ଆୟୋଜିତ ଫୁଟବଲ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଧାନଘରପଦା ଓ କ୍ରିକେଟ ଟୁର୍ନାମେଣ୍ଟରେ ବିଜୟୀ ହୋଇଥିବା ଉଦୟପୁର ଟିମକୁ ପୁରସ୍କୃତ କରାଯାଇଥିଲା । ସରପଞ୍ଚ ବିଣାପାଣି ପଣ୍ଡା,ସମିତିସଭ୍ୟା ରଶ୍ମିବାଳା କର,ପୁର୍ବତନ ସମିତି ସଭ୍ୟ ରଘୁନାଥ ପଣ୍ଡା,ଭାଜପା ମଣ୍ଡଳ ସଭାପତି ପତିତପାବନ କର,ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କୁରୁଣ୍ଟା ପଞ୍ଚାୟତ କଲିହା ଗ୍ରାମରେ ଆୟୋଜିତ ଟୁର୍ନାମେଣ୍ଟକୁ ସରପଞ୍ଚ ରଘୁନାଥ ଜେନା ଉଦ୍ଘାଟନ କରିବା ସହ ବିଜୟୀ ରାଇକୁଳା କ୍ରିକେଟ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । କୁରୁଣ୍ଟା ପଞ୍ଚାୟତ ସମିତିସଭ୍ୟା କମଳିନୀ ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ମନୋରଞ୍ଜନ ଜେନା,କମଳାକାନ୍ତ ପାଢୀ,କମଳ ଜେନା ଓ ଅଭିଳାସ ବାରିକ,ଜିଆରଏସ ପ୍ରକାଶ ବେହେରା ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
