ମା’ ବାସନ୍ତୀ ସ୍ପୋର୍ଟିଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ତିହିଡି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ଧୂଳିପଦା ବାସନ୍ତୀ ପଡ଼ିଆରେ ମା ବାସନ୍ତୀ ସ୍ୱେଛାସେବୀ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ମା ବାସନ୍ତୀ ସ୍ପୋର୍ଟିଂର ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସରପଞ୍ଚ ରିତାଞ୍ଜଳୀ ପଣ୍ଡା ମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ରବୀନ୍ଦ୍ର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନ ମ୍ୟାଚରେ ଏସ ବି ଏସ ଫାଇଟର ଗଦି ଓ ଆବଶନ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗଦି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିଦ୍ଧାରିତ ୧୬ଓଭର ରେ ସମସ୍ତ ୱାଇକେଟ ହରାଇ ୧୩୬ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭୁବନେଶ୍ୱର ୮ ୱାଇକେଟ ହରାଇ ମାତ୍ର ୧୩୫ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଗଦି ଟିମର ଜୟନ୍ତ ବାରିକ ୪୮ ରନ ସଂଗ୍ରହ କରିବା ସହ ୩ୱାଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ପ୍ରଶାନ୍ତ ମହାନ୍ତି ଓ କୃପାସିନ୍ଧୁ ପାଢ଼ୀ ଖେଳ ପରିଚାଳନା କରିଥିଲେ । ଏହି କ୍ରୀଡା ଉତ୍ସବ ଆସନ୍ତା ୧୨ତାରିଖ ତଥା ଯୁବ ଦିବସରେ ଉଦଯାପିତ ହେବ । ଏହି ଅବସରରେ ପ୍ରତି ବର୍ଷ ଭଳି ଚଳିତ ଥର ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସଂଗଠନର ସଭାପତି ପ୍ରହଲ୍ଲାଦ ନାୟକ, ଲଷ୍ମଣ କୁମାର ନାୟକ ଓ କୋଷାଧକ୍ଷ ଗଗନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚକୁ ଶିଶିର ନାୟକ, କାଳନ୍ଦୀ ସେଠୀ, ସ୍ୱାଗତ ରାଉତ, ଉଜ୍ଜଳ ନାୟକ, ପ୍ରବୋଧ ସାହୁ, ସୌମ୍ୟ ରଞ୍ଜନ ନାୟକ, ଦେବାଶିଷ ନାୟକ, ସଞ୍ଜୟ ସେଠି, ଅରୁଣ ପତି, ସତ୍ୟସୁନ୍ଦର ପଣ୍ଡା, କହେଁଇ ନାୟକ, ତପନ ନାୟକ, ରଘୁନାଥ ପଲାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
