ତିହିଡ଼ି ବ୍ଲକର ୮ ଓ ୯ ନମ୍ବର ଜୋନସ୍ତରୀୟ କ୍ରୀଡ଼ା ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୮ ଓ ୯ନମ୍ବର ଜୋନସ୍ତରୀୟ କ୍ରୀଡ଼ା ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଭାଟପଡ଼ା ପଞ୍ଚାୟତ ଅଧୀନ କାଳୀପଡ଼ିଆରେ ୮ନମ୍ବର ଜୋନର କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୋମନାଥ ପାଢ଼ୀ, ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଡିଓ ଜ୍ୟୋତିର୍ମୟ କର, ସମ୍ମାନିତ ଅତିଥି ଭାବେ ଜିପିଇଓ ତରଣୀସେନ ବାରିକ, ସରପଞ୍ଚ ସୁପ୍ରଭା ପାଣି, ପୁଷ୍ପାଞ୍ଜଳି ଲେଙ୍କା, ତାପସ ବେହେରା, କୈଳାସ ପରିଡ଼ା, ରୀତାଞ୍ଜଳି ଶତପଥି, ଲକ୍ଷ୍ମୀପ୍ରିୟା ସାମଲ, ସମିତିସଭ୍ୟ ନକୁଳଚନ୍ଦ୍ର ବାରିକ, ପ୍ରଧାନଶିକ୍ଷକ ବିଷ୍ଣୁମୋହନ ନାୟକ, ଭକ୍ତବନ୍ଧୁ ପତି, ପ୍ରଶାନ୍ତ ମହାନ୍ତି, ଶିକ୍ଷକ ବିଶ୍ୱନାଥ ଦାସ, ନିତ୍ୟାନନ୍ଦ ମଲିକ, ଅସୀମ ସାହୁ, ନିମାଇ ଚରଣ ଦାସ, ବିଶ୍ୱରଂଜନ ପଣ୍ଡା, ବିଭୂତି ଭୂଷଣ ସେନାପତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଜୋନର ଭାଟପଡ଼ା, ମୁକୁନ୍ଦପୁର, ସୟା, ବାହାବଳପୁର, ମଙ୍ଗଳପୁର, ସିନ୍ଦୋଳ, କୋହ୍ଲ, ମହରମପୁର ଏବଂ ଫତେପୁର ପଞ୍ଚାୟତର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଖେଳ ଶିକ୍ଷକ ଗିରିଜା ରମଣ ଜେନା ଓ ପ୍ରଭାତ କୁମାର ଜେନାଙ୍କ ସମେତ ସମସ୍ତ ସ୍କୁଲର ଖେଳ ଶିକ୍ଷକମାନେ କ୍ରୀଡ଼ା ପରିଚାଳନା କରିଥିଲେ । ସେହିପରି ୯ନମ୍ବର ଜୋନର ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ପରିହାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଭାତ ମିଶ୍ର, ଚକ୍ରଧର ଦାସ, ଦୀପ୍ତିମୟୀ ନାୟକ, କ୍ଷୀରାବ୍ôଧ ତନୟା ମଲ୍ଲିକ, ମଧୁସ୍ମିତା ସେଠୀ, ଅଜୟ ମହାନ୍ତି, ଗାୟତ୍ରୀ ଦାସ, ସରପଞ୍ଚ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ପାର୍ଥସାରଥି ନାୟକ, ଗୋପବନ୍ଧୁ ସେନାପତି, ବିଜୟ କୁମାର ଭଂଜ, ପିଇଓ ରବିନ୍ଦ୍ର କୁମାର ଦାସ, ଅରୁଣ କୁମାର ପଣ୍ଡା, ନଳିନୀକାନ୍ତ ଦାସ, ସାରଦା ବଳ, ସସ୍ମିତା ବାରିକ, ପ୍ରତିଭା ମହାଳିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଜୋନର ଦୌଲତପୁର, ବାମନବିନ୍ଧା, ସାହାପୁର, ନରେନ୍ଦ୍ରପୁର, ଜାମଯୋଡ଼ି, ରାଜନଗର, ଗୋବିନ୍ଦପୁର, ବାରସର, ହରସିଂହପୁର ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଖେଳ ଶିକ୍ଷକ ସୁରେଶ ଚନ୍ଦ୍ର ମହାକୁଡ଼, ବାବାଜୀ ଚରଣ ମହାକୁଡ଼, ପ୍ରମୋଦ କୁମାର ପଣ୍ଡା, ଦିଲୀପ ବେହେରା ଖେଳ ପରିଚାଳନା କରିଥିଲେ । ଅପରାହ୍ନରେ କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
