ଅନ୍ଲାଇନ ଠକେଇରେ ଯୁବକଙ୍କ ୭୭ ହଜାର ଟଙ୍କା ଲୁଟ୍
କେନ୍ଦ୍ରାପଡ଼ା : ଅନ୍ଲାଇନ ଠକେଇରେ ଯୁବକଙ୍କ ୭୭ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସାଇବର ଲୁଟେରା ମାନେ ଜଣେ ଯୁବକଙ୍କ ଠାରୁ ୭୭ ହଜାର ଟଙ୍କା ଅନ୍ଲାଇନରେ ଲୁଟି ନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅଧିନ ଛଘରିଆ ଗ୍ରାମର ଦିପକ କୁମାର ବାରିକ ନିଜ ଇପିଏଫ୍ ଟଙ୍କା ଉଠାଇବା ପାଇଁ ଫ୍ରେବୃଆରୀ ୨୨ ତାରିଖରେ ଆବେଦନ କରିଥିଲେ । ଟଙ୍କା ମିଳିବାରେ ବିଳମ୍ବ ହେବାରୁ ଦିପକ ଇଂଟରନେଟ୍ରୁ ନମ୍ବର ସଂଗ୍ରହ କରି ଇପିଏଫ୍ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପରେ ନିଜ ମୋବାଇଲ ଫୋନରେ ଏକ ନିର୍ଦ୍ଦିଷ୍ଟ ଆପଲିକେଶନ ଡାଉନଲୋଡ କରିବାକୁ ସଂପୃକ୍ତ ବ୍ୟକ୍ତି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଆଧର ଲିଙ୍କ ହେଇଥିବା ଫୋନ ନମ୍ବର ଓ ଆକାଉଂଟ ସଂର୍ପକିତ ବିସ୍ତୃତ ସୂଚନା ଦେବାକୁ ସଂପୃକ୍ତ ବ୍ୟକ୍ତି କହିବା ପରେ ତାଙ୍କୁ ଆକାଉଂଟରୁ ୭୭ ହଜାର ୮୭୦ ଟଙ୍କା ଗାୟବ ହୋଇ ଯାଇଥିଲା । ଏନେଇ ଦିପକ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ୨୧୧/୨୩ ରେ ମାମଲା ରୁଜୁ କରାଯାଇ ତଦନ୍ତ କରା ଯାଉଥିବା ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।
