୭୩ତମ ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା : ଭାରତୀୟ ଯୋଦ୍ଧା ନନ୍ଦିନୀଙ୍କୁ କାଂସ୍ୟ
**EDS: HANDOUT PHOTO MADE AVAILABLE FROM BFI ON WEDNESDAY, FEB. 23, 2022.** Sofia: India's boxer Nandini poses with her coaches after entering semi-finals of the 73rd Strandja Memorial Boxing Tournament in Sofia, Bulgaria. (PTI Photo)(PTI02_23_2022_000100B)
ନୂଆଦିଲ୍ଲୀ : ବୁଲ୍ଗେରିଆର ସୋଫିଆରେ ଚାଲିଥିବା ୭୩ତମ ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ଯୋଦ୍ଧା ନନ୍ଦିନୀ (+୮୧ କେଜି) କାଂସ୍ୟ ପଦକ ଜିତିଛନ୍ତି। ଶନିବାର ସେମିଫାଇନାଲ୍ରେ ନନ୍ଦିନୀ କାଜାକସ୍ତାନର ପୂର୍ବତନ ବିଶ୍ବ ବିଜୟିନୀ ଲାଜତ କୁଙ୍ଗେଇବାୟେଭ୍ଙ୍କଠୁ ୦-୫ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।
ନନ୍ଦିନୀଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ପୂର୍ବତନ ଯୁବ ବିଶ୍ବ ବିଜେତା ନିଖତ ଜାରିନ (୫୨ କେଜି) ଏବଂ ନୀତୁ (୪୮ କେଜି) ଫାଇନାଲ୍ରେ ପହଞ୍ଚି ଅତିକମ୍ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଜାରିନ ୟୁକ୍ରେନ୍ର ତେତିଆନା କୋବ୍ ଏବଂ ନୀତୁ ଇଟାଲିର ଇରିକା ପ୍ରେସିଆନ୍ଦାରୋଙ୍କ ସହ ସ୍ବର୍ଣ୍ଣ ପାଇଁ ମୁକାବିଲା କରିବେ। ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୨ଟି ପଦକ ଜିତିଥିଲା। ଦୀପକ କୁମାର ଏବଂ ନବୀନ ବୁରା ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।
