୬୩୭ ଶିକ୍ଷକଙ୍କୁ ପଦୋନ୍ନତି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ୬୩୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଲେବଲ-ଭି (ବି)ରୁ ଆଇଭିକୁ ପଦୋନ୍ନତି ପାଇଛନ୍ତି । ଏଥିରୁ ୨୫୯ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ୨୯୨ଜଣ ସ୍ନାତକ (କଳା) ଏବଂ ୮୬ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସ୍ନାତକ (ବିଜ୍ଞାନ)କୁ ପଦୋନ୍ନତି ପାଇଛନ୍ତି । କାଉନସେଲିଂ ପରେ ଏହି ଶିକ୍ଷକମାନେ ବିଭିନ୍ନ ବ୍ଲକ୍ର ୟୁଜିଏମ୍ଇ ସ୍କୁଲରେ ନିଯୁକ୍ତି ପାଇବେ । କେନ୍ଦୁଝର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ କାଉନସେଲିଂ ଚାଲିଛି । ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ବ୍ଲକ୍ରେ ସ୍ଥାନ ପାଇନାହାନ୍ତି ସେମାନେ ୩୧ ତାରିଖରେ ଜିଲ୍ଲାସ୍ତରୀୟ କାଉନସେଲିଂରେ ଅଂଶଗ୍ରହଣ କରି ଅନ୍ୟ ବ୍ଲକ୍ ଚୟନ କରିପାରିବେ । ଯଦି ଖାଲି ପଦବି ନଥାଏ ସେମାନେ ପଦୋନ୍ନତିରୁ ବଂଚିତ ହେବେ । କାଉନସେଲିଂରେ କେନ୍ଦୁଝର ସଦର ବିଇଓ କ୍ଷେତ୍ରମୋହନ ହାଁସଦା, ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଝୁମ୍ପୁରା ବିଇଓ ଦୁଃଶାସନ ସିଂ, ପାଟଣା ଏବିଇଓ ସଚ୍ଚିଦାନନ୍ଦ ସେଠୀ, ବାଂଶପାଳ ଏବିଇଓ ନିରଂଜନ ନାୟକ, ତେଲକୋଇ ଏବିଇଓ କମଳ ଲୋଚନ ବିଶ୍ୱାଳ, ଶିକ୍ଷକ ଗୌରଚନ୍ଦ୍ର ମହାନ୍ତ, କିରାଣି ଅନନ୍ତ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
