ବନ ବିଭାଗ ହାଜତ ମୃତ୍ୟୁ ମାମଲାରେ ରେଂଜରଙ୍କ ସମେତ ୬ ବନ କର୍ମଚାରୀ ଗିରଫ
ଭୁବନେଶ୍ୱର : ବନ ବିଭାଗ ହାଜତରେ ଧନେଶ୍ୱର ବେହେରା ମୃତ୍ୟୁ ଘଟଣାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀ ଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରା ଯାଇଛି ବୋଲି କଲେ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି । ଗିରଫ ବନ କର୍ମଚାରୀ ମାନଙ୍କ ମଧ୍ୟରେ ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର – ମନୋଜ ଦାସ, ଦୀପକ ସେଠୀ, ଗାର୍ଡ – ସୁନାଏକ ମାଝି, କୁନା ବେହେରା, ପ୍ରଭାତ ପ୍ରଧାନ ସାମିଲ ଅଛନ୍ତି । ଉଲ୍ଲେଖନୀୟ ଯେ ଗତ ୦୫ ତାରିଖ ଦିନ ରାତିରେ ହାତୀ କୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁ ର ଧନେଶ୍ୱର ବେହେରାଙ୍କୁ ଉଠାଇଆଣି ପଚରା ଉଚରା କରିବା ବେଳେ ମାଡ ମାରି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ପରିବାର ପକ୍ଷରୁ ବଡମ୍ବା ଥାନା ରେ ହୋଇଥିଲା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ରେ ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀ ଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା ଜାରି ରଖିଥିଲା ।
