ଡାକ୍ତରଖାନାରେ ଗଣ୍ଡଗୋଳ କରି ୬ ନିଶାଶକ୍ତ ଯୁବକ ଗିରଫ
କେନ୍ଦ୍ରାପଡା : କେନ୍ଦ୍ରାପଡା ଇଛାପୁର ଠାରେ ଥିବା ଶ୍ୟାମଗୁଡିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶାଶକ୍ତ ଅବସ୍ଥାରେ ଗଣ୍ଡଗୋଲ କରୁଥିବା ୬ଜଣ ଯୁବକଙ୍କୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଗିରଫ କରିଛି । ଏହି ଯୁବକ ମାନେ ଇଛାପୁର ଅଂଚଳର ହୋଇଥିବା ବେଳେ ଗତକାଲି ବିଳମ୍ବିତରାତିରେ ଡାକ୍ତରଖାନା ପରିସରରେ ପଶି ପାଟିତୁଣ୍ଡ କରିବା ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ରୋଗୀ ଓ କର୍ମଚାରୀ ମାନଙ୍କୁ ଭୟଭୀତ କରାଉଥିଲେ । ଖବର ପାଇ ସଦର ଥାନା ପୋଲିସ, ଡାକ୍ତରଖାନା ପରିସରରୁ ଏହି ଯୁବକ ମାନଙ୍କୁ ଗିରଫ କରି ୨୭/୨୩ରେ ଏକ ମାମଲା ରୁଜୁ କରି ଥାନାକୁ ଆଣିଥିଲା । ତେବେ ବ୍ୟକ୍ତିଗତ ମୁଚାଲିକାରେ ଏମାନଙ୍କୁ ଚେତାବନୀ ଦେଇ ଛାଡିଥିବା ଜଣାପଡିଛି ।
