ମହିଳାଙ୍କ ଠାରୁ ୫୦ହଜାର ଲୁଟ୍
ବସ୍ତା : ବ୍ୟାଙ୍କ ନିକଟରେ ପଇଁତରା ମାରୁଛନ୍ତି ଲୁଟେରା । ଟଙ୍କା ଉଠାଇବା ପରେ ଲୁଟ୍ର ଶୀକାର ହେଉଛନ୍ତି ଜନସାଧାରଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦାରୋଡ ନିକଟରେ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ବେଳେ ଦୁର୍ବୃତ୍ତ ମାନେ ବାଇକ୍ରେ ଆସି ଜଣେ ମହିଳାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।
ବୁଧବାର ଅପରାହ୍ନରେ ସମୟରେ ସ୍ପଷ୍ଟ ଦିବାଲୋକରେ ଶିବଶଙ୍କର ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଭାନୁମତୀ ସେନାପତି ଅମର୍ଦ୍ଦାରୋଡ ଶାଖା ଷ୍ଟେଟ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଏକ ଧଳା ଆପାଚି ବାଇକ୍ରେ ଦୁଇ ଜଣ ଦୁର୍ବୁତ୍ତ ପିଛା କରି ଷ୍ଟେଟ ବ୍ୟାଙ୍କ ଠାରୁ ୫୦୦ ମିଟର ଦୂରରେ ଭାନୁମତୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗ୍ରେ ୫୦ ହଜାର ଟଙ୍କା ସମେତ ମୋବାଇଲ, ଆଧାର କାର୍ଡ଼, ଭୋଟର ଆଇଡ଼ି କାର୍ଡ଼ ଏବଂ ବହୁ ଜରୁରୀ କାଗଜ ପତ୍ର ରହିଥିଲା । ଖବର ପାଇ ଅମର୍ଦ୍ଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଛାନଭିନ ଆରମ୍ଭ କରିଛି । ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ଲୁଟେରାମାନେ ବିଭିନ୍ନ ସମୟରେ ଟାର୍ଗେଟ୍ କରୁଥିବାରୁ ପୋଲିସ ପକ୍ଷରୁ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା ଦାବୀ ହୋଇଛି ।
