ବାଲେଶ୍ୱରରୁ ୫ କେଜି ବ୍ରାଉନ୍ସୁଗାର ସହ ସ୍କର୍ପିଓ ଜବତ, ୬ ଗିରଫ
ବାଲେଶ୍ୱର : ନିଶା କାରବାର ପେଣ୍ଠସ୍ଥଳୀ ବାଲେଶ୍ୱର । ବିଶେଷ କରି ବାଲେଶ୍ୱର ଜିଲା ଜଳେଶ୍ୱର ଅଂଚଳରେ ଏହା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ କରିଛି ପୋଲିସ। ୫ କେଜି ବ୍ରାଉନ୍ସୁଗାର ସହ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରଯାଇଛି । ଏହି ମାମଲାରେ ୬ଜଣଙ୍କ ଗିରଫ କରିଛି ପୋଲିସ।
ସୂଚନା ଯେ, ଜଳେଶ୍ୱର ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର ବଢୁଥିବା ନେଇ ଗୁପ୍ତ ସୂତ୍ରରୁ ସୂଚନା ପାଇଥିଲା ପୋଲିସ । ଏହାପରେ ପୋଲିସ ଲଗାତର ଭାବେ ବ୍ରାଉନ୍ସୁଗାର ବେପାରୀଙ୍କୁ ଧରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିଥିଲା । ଚାଲାଣକାରୀ ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର ଆଣୁଥିବା ବେଳେ ଡୁମ୍ଡୁମ୍ ନିକଟରେ ସେମାନଙ୍କୁ ଧରିଥିଲା ପୋଲିସ । ଏହି କ୍ରମରେ ଜଳେଶ୍ୱର ଅଞ୍ଚଳରୁ ୫ କେଜି ବ୍ରାଉନ୍ସୁଗାର ବ୍ରାଉନ୍ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ୬ଜଣ ଯୁବକ ଜଳେଶ୍ୱର ଅଞ୍ଚଳ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ବ୍ରାଉନ୍ସୁଗାର କାରବାରରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଛାନ୍ଭିନ୍ କରୁଛି ପୋଲିସ।
