ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ସିଏସକେର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ…
David Miller of Gujarat Titans and Rashid Khan of Gujarat Titans during match 29 of the TATA Indian Premier League 2022 (IPL season 15) between the Gujarat Titans and the Chennai Superkings held at the MCA International Stadium in Pune on the 17th April 2022 Photo by Vipin Pawar / Sportzpics for IPL
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର ୧୬ ତମ ସିଜନ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ସିଜନର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ୫ ୱିକେଟରେ ଜିତିଛି ।
ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ଗୁଜୁରାଟକୁ ୮ ରନ୍ କରିବାର ଥିଲା । ତୁଷାର ଦେଶପାଣ୍ଡେଙ୍କ ସେହି ଓଭରରେ ରାହୁଲ ତେୱତିଆ ଛକା ଓ ଚୌକା ଲଗାଇ ଗୁଜୁରାଟକୁ ବିଜୟ ପ୍ରଦାନ କରିଥିଲେ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ପରାଜୟ ପଛରେ ଅନେକ କାରଣ ଥିଲା । ଆସନ୍ତୁ ଜାଣିବା ସେହି ପାଞ୍ଚଟି ମୁଖ୍ୟ କାରଣ ବିଷୟରେ, ଯେଉଁଥି ପାଇଁ ସିଏସକେ ହାତରୁ ଏହି ମ୍ୟାତ୍ ଖସିଗଲା ।
ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଋତୁରାଜ ଗାଇକୱାଡ ଚମତ୍କାର ୯୨ ରନର ଇନିଂସ ଖେଳିଥିଲେ । ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନମାନେ କିଛି ବିଶେଷ କରିପାରିନଥିଲେ । ସିଏସକେ ପାଇଁ ଦ୍ୱିତୀୟ ଶ୍ରେଷ୍ଠ ଇନିଂସ ଖେଳିଥିଲା ମୋଇନ୍ ଅଲି, ଯିଏ ୨୩ ରନ୍ ସ୍କୋର କରିଥିଲେ । ବେନ୍ ଷ୍ଟୋକ୍ସ, ଡିଭନ୍ କନୱେ, ଅମ୍ବାତି ରାୟୁଡୁଙ୍କ ପରି ଖେଳାଳିମାନେ ବିଶେଷ କିଛି କରିପାରି ନଥିଲେ । ବେନ୍ ଷ୍ଟୋକ୍ସଙ୍କଠାରୁ ବହୁତ ଆଶା ଥିଲା, କିନ୍ତୁ ସେ ସାତ ରନ୍ ସ୍କୋରରେ ରସିଦ ଖାନଙ୍କ ଶିକାର ହୋଇଥିଲେ । ଯଦି ଋତୁରାଜଙ୍କ ବ୍ୟତୀତ ଅନ୍ୟ କେହି ୪୦ ରନ୍ ସ୍କୋର କରିଥାନ୍ତେ, ତେବେ ସିଏସକେ ପାଖାପାଖି ୨୦୦ ରନରେ ପହଞ୍ଚି ପାରିଥାନ୍ତା, ଯାହା ୱିନିଂ ଟୋଟଲ ହୋଇଥାନ୍ତା ।
ମ୍ୟାଚରେ ସିଏସକେର ପରାଜୟର ମୁଖ୍ୟ କାରଣ ହେଉଛି ଟସ୍ ହାରିଇବା । ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ ପଡ଼ିଆରେ ବହୁତ କାକର ଥିଲା । ଯେଉଁଥିପାଇଁ ବ୍ୟାଟିଂ ସହଜ ହୋଇଥିଲା । ସିଏସକେ ଅଧିନାୟକ ଏମଏସ ଧୋନି ମଧ୍ୟ ‘କାକର ଫ୍ୟାକ୍ଟର’ କଥା ସ୍ୱୀକାର କରିଛନ୍ତି ।
ଏଥର ଆଇପିଏଲରେ ‘ଇମ୍ପାକ୍ଟ ଫ୍ଲେୟାର ରୁଲ’ର ବ୍ୟବହାର କରାଯାଉଛି । ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ ସିଏସକେ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଇମ୍ପାକ୍ଟ ଫ୍ଲେୟାର ଭାବେ ପଡ଼ିଆକୁ ଓହ୍ଲାଇ ଯାଇଥିଲା । ସିଏସକେର ଏହି ଚାଲ୍ ବିଫଳ ହେଲା ଓ ତୁଷାର ଦେଶପାଣ୍ଡେ ୩.୨ ଓଭରରେ ୫୧ ରନ୍ ଦେଇଥିଲେ ।
ଚେନ୍ନାଇ ବୋଲରମାନେ ମଧ୍ୟ ଏହି ମ୍ୟାଚରେ ଶୃଙ୍ଖଳିତ ଦେଖାଯାଇ ନଥିଲେ । ଦୁଇଟି ନୋ-ବଲ୍ ଫିଙ୍ଗିବା ଦଳକୁ ମହଙ୍ଗା ପଡ଼ିଥିଲା, ଏହି ସମୟରେ ଫ୍ରି ହିଟର ସୁଯୋଗ ଉଠାଇ ଗୁଜୁରାଟର ବ୍ୟାଟ୍ସମ୍ୟାନ୍ ଛକା ଓ ଚୌକା ମାରିଥିଲେ । ଯଦି ସିଏସକେ ବୋଲରମାନେ ସିଧା ଲେନ୍ଥ ଓ ଲାଇନ୍ ସହିତ ବୋଲିଂ କରିଥାନ୍ତେ ତେବେ ଫଳାଫଳ ଭଲ ହୋଇଥାନ୍ତା ।
ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ଏକ ପ୍ରମୁଖ କାରଣ ହେଉଛି ଗୁଜୁରାଟ ଟାଇଟାନ୍ସ ଓପନର୍ ଶୁଭମାନ ଗିଲଙ୍କ ଚମତ୍କାର ପ୍ରଦର୍ଶନ । ଶୁଭମାନ ଗିଲ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ଚାରି ଓ ଛଅର ବର୍ଷା କରିଥିଲେ । ୬୩ ରନର ଇନିଂସ ଖେଳିବା ପରେ ଗିଲ୍ ଆଉଟ୍ ହେବା ବେଳକୁ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସଙ୍କ ହାତରେ ଥିଲା ।
ସୂଚନା ଯେ, ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ସିଏସକେର ଏହି ଇନିଂସରେ ଋତୁରାଜ ଗାଇକୱାଡ ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।
