ଦୁର୍ଘଟଣାରେ ୪ ମୃତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ରୁଟିଶିଳା ନିକଟରେ ଦୁଇ ବାଇକ ପରସ୍ପର ମଧ୍ୟରେ ମୁହାଁ ମୁହାଁ ଧକ୍କା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଟି ଗତକାଲି ରାତ୍ରୀ ସମୟରେ ଘଟିଛି । ଗତକାଲି ରାତ୍ରୀରେ ବିନିଦା ଗ୍ରାମର ସୁଦାମ ସିଂ ତାଙ୍କ ଭଣଜା ସହ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ସମ୍ମୁଖ ଭାଗରୁ ଆସୁଥିବା ନିଜ ବାଇକରେ ଆସୁଥିବା ଗୋପାଳପୁର ଗ୍ରାମର ଲକ୍ଷ୍ଣ ମାଝୀଙ୍କ ସହ ମୁହାଁ ମୁହାଁ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ପରବର୍ତି ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଅନୁରୁପ ଭାବେ ଅନ୍ୟ ଏକ ଘଟଣାରେ ପାଟଣା ଥାନା ଅଂଚଳରେ ଟ୍ରକ ଧ୍କ୍କାରେ ଜଣେ ବାଇକ ଆରେହୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କେନ୍ଦେଇପଶି ଗ୍ରାମର ପୁଟିଳିଆ ଏକ ଟ୍ରକ ସହ ବାଇକର ଧକ୍କା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଖୁଟାଂପଡା ଗ୍ରାମର ଜୀବନ ଜ୍ୟୋତିି ମହାନ୍ତ ବୋଲି ଜଣା ପଡିଛି । ଜୀବନ ଜ୍ୟୋତି ମହାନ୍ତ ଆଜି ଯୋଗ କ୍ଲାସ କରିବାକୁ ପାଟଣା ଆଡେ ଯାଉଥିବା ବେଳେ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାର ଚକିଆ ଟ୍ରକ ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବଦ କରି ତଦନ୍ତ କରୁଛି ।
