ଟ୍ରେନରେ ଆସୁଥିବା ୩୨ କେଜି ସୁନା ଜବତ, ୪ ଅଟକ
ଭୁବନେଶ୍ୱର : ଟ୍ରେନ୍ ରେ ଚାଲାଣ ବେଳେ ୩୨ କେଜି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ହେବ । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ୍ ରେ ମୋଟ ୪ ଟି ବ୍ୟାଗ୍ ରେ ଏହି ସୁନା ନିଆଯାଉଥିବା ବେଳେ ଜିଆରପି ଜବତ କରିଛି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି । ତେବେ ଏ ସମ୍ପର୍କିତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି । ଜିଆରପି ପୋଲିସ୍ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆୟକର ବିଭାଗ ଏହାର ଖୋଳତାଡ଼ କରୁଛି ।
ସୂଚନା ଯେ, ବିଶେଷ ସୂତ୍ରରୁ ଖବର ପାଇ ବୁଧବାର ଭୁବନେଶ୍ୱର ଜିଆରପି ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକାଥରେ ଜବତ ହେଲା ୩୨ କେଜି ସୁନା । ଏହି ସୁନା ନେଇ ଭୁବନେଶ୍ୱର ଆସୁଥିବା ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି । ତେବେ ଏ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି । ଜିଆରପି ପୁଲିସ୍ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆଇଟି ବିଭାଗ ଏହାର ଖୋଳତାଡ଼ କରୁଛି । ତେବେ ଏତେ ସୁନା ବିନା କାଗଜପତ୍ରରେ କିଏ ଓ କାହିଁକି ଆଣୁଥିଲା ତାହାର କିଛି ସଠିକ୍ ଜବାବ ମିଳିପାରୁନି । ତେବେ ଟ୍ୟାକ୍ସ ଫାଙ୍କିବା ପାଇଁ ଅଟକ ୪ ଯୁବକ ଏପରି ଗେମ୍ପ୍ଲାନ୍ କରିଥିବା ଜିଆରପିର ବରିଷ୍ଠ ଅଧିକାରୀ କହିଛନ୍ତି ।
