କଟକରୁ ସାଢେ ୩ ଟନ୍ ନକଲି ସର୍ଫ ଜବତ
କଟକ : କଟକର ପ୍ରତାପନଗରୀ, ମାହାଙ୍ଗା , ଟାଙ୍ଗୀ ଅଞ୍ଚଳରୁ ଜବତ ହୋଇଛି ସାଢେ ୩ ଟନ୍ ନକଲି ସର୍ଫ । ନକଲି ସର୍ଫ ସହ ଜଣଙ୍କୁ ଜବତ କରିଛି ପୋଲିସ । ଟାଙ୍ଗୀ ଥାନା ବ୍ରାହ୍ମଣପଡାରେ ପ୍ରସ୍ତୁତ ହେଉଥିଲା ନକଲି ସର୍ଫ ।
ବିପୁଳ ପରିମାଣର ଡିଟରଜେଣ୍ଟ ପାଉଡର ଜବତ କରିଛି ପୋଲିସ । ଜବତ ଡିଟରଜେଣ୍ଟର ପରିମାଣ ୧୫୪୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସର ଚଢାଉ କରିବା ପରେ ଜବତ ହୋଇଛି । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କେଜିର କଞ୍ଚାମାଲ୍ ବି ଜବତ ହୋଇଛି । ତେବେ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
