ମୟୂରଭଞ୍ଜ : ଜାତୀୟସ୍ତର ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଟିମ୍ରେ ମୟୂରଭଞ୍ଜ ଜିଲ୍ଲାର ୩ ଜଣ ପ୍ରତିଯୋଗୀ ଚୟନ ହୋଇଛନ୍ତି । ସେମାନେ ହେଲେ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟର ଚିନ୍ମୟ କୁମାର ବାରିକ ଏବଂ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଉଦଳା ବ୍ଲକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗନ୍ନାଥି ର ଚିନ୍ମୟ ମହାକୁଡ ଓ ଗୁରୁକୁଳ ବିଦ୍ୟାମନ୍ଦିର, ଉଦଳାର ହିମାଂଶୁ ମହାନ୍ତ । ଏହି ସଫଳତା ପାଇଁ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶୁଭେଚ୍ଛା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଓଡିଶା ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଚଳିତ ଜାନୁୟାରୀ ମାସ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ବାଳିକା ଟିମ୍ ମ୍ୟାନେଜର ରୂପେ ରାସଗୋବିନ୍ଦପୁର ବ୍ଲକସ୍ଥିତ ମଣଦା ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ପ୍ରଦୀପ ନାୟକ ଓ ବାଳିକା ଟିମ ମ୍ୟାନେଜର ବାରିପଦାସ୍ଥିତ ହାମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ଧରିତ୍ରୀ ମହାନ୍ତଙ୍କ ନେତୃତ୍ୱରେ ୧୮ ଜଣ ଯୋଗ ଦେଇଥିଲେ । ସେମାନେ ହେଲେ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଗୋପାଲ ସିଂ, ଚିନ୍ମୟ କୁମାର ବାରିକ, କ୍ରିଷ୍ଣା ନାୟକ, ଶୁଭଜିତ କୁଇଲା, ସ୍ୱାଧୀନ ମଣ୍ଡଳ ଓ ବାଳିକା ବିଭାଗରେ ତ୍ରିଷା ମିଶ୍ର, ଗାୟତ୍ରୀ ଦାସ, ପ୍ରତ୍ୟୁଷା ଶୁଭଲକ୍ଷ୍ମୀ, ସାବିତ୍ରୀ ମୁର୍ମୁ । ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଚିନ୍ମୟ ମହାକୁଡ, ହିମାଂଶୁ ମହାନ୍ତ, ହୃଷିକେଷ ମଲ୍ଲିକ, ସତ୍ୟଜିତ ବାରିକ ଓ ବାଳିକା ବିଭାଗରେ ପ୍ରତୀକ୍ଷା ବରାଳ, ସୈମଶ୍ରୀ ଦାସ, ସ୍ୱୟଂପ୍ରଭା ନାୟକ, ମାମାଲିସା ମହାନ୍ତ, ସାଗରିକା ମୁର୍ମୁ ।
Post Views: 41,973