୩ ଅନ୍ତଃଜିଲା ଡକାୟତ ଗିରଫ, ଟଙ୍କା ସହ ସୁନା ଜବତ
ବଲାଙ୍ଗୀର : ଅନ୍ତଜିଲା ଡକାୟତି ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଗିରଫ ତିନି ଜଣ ହେଲେ ଗଞ୍ଜାମ ଜିଲାର ଆସ୍କାର ଡି ରାଜା, ସୋନପୁର ଜିଲାର ଦୟାସାଗର ଛତ୍ରିଆ ଓ ସାରଥୀ ବାଗ । ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏ ଗ୍ୟାଙ୍ଗ ଦିର୍ଘ ବର୍ଷ ଧରି ବଲାଙ୍ଗୀରରେ ରହୁଥିବା ବେଳେ ବଲାଙ୍ଗୀର ସହ ସୋନପୁର ଜିଲ୍ଲା, ବରପାଲ, ଲୋଇସିଂହା, କଣ୍ଟାବାଞ୍ଜି, ବିନିକା, ବେଲପଡା, ଉଲଉଣ୍ଡା, ବରମାହାରାଜପୁର ଭଳି
ଏ ତିନି ଜଣ ବଲାଙ୍ଗୀର ସହରରେ ଦିର୍ଘ ଦିନ ଧରି ରହିବା ସହ ଏଠାରରେ ଚଲାଇଥିଲେ ଲୁଟତରାଜ। ରାସ୍ତାରେ ଯିବା ସମୟରେ ଲୋକଙ୍କୁ ଛୁରି ଭୁଜାଲି ଦେଖାଇ ଲୁଟ କରୁଥିଲେ। ତା ସହ ଡକାୟତି କରୁଥିଲେ। ତେବେ ଏ ଗ୍ୟାଙ୍ଗର ୩ ଜଣଙ୍କୁ ଧରିଛି ପୋଲିସ। ସେପଟେ ଏଥିରେ ସାମିଲ ଆହୁରି କିଛି ଦୁର୍ବୃତ୍ତ ରହିଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ। ତେବେ ଗିରଫ ୩ ଜଣଙ୍କ ପାଖରୁ ୧ ଲକ୍ଷ ୯୪ ହଜାର ଟଙ୍କା କେସ, ୪୫ ଗ୍ରାମ ସୁନା, ଡିକି ଭାଙ୍ଗିବାରେ ବ୍ୟବହାର ହେଉଥିବା ହତିଆର, ପାନା, ତା ସହ ୬ଟି ମୋବାଇଲ, ୧୦ ଟି ସିମ କାର୍ଡ, ଗୋଟିଏ ଭାରତ ଫାଇନାନ୍ସରୁ ଲୁଟ କରିଥିବା ଟେବଲେଟ ଫୋନ ଭଳି ଜିନିଷ ସବୁ ଜବତ କରିଛି ପୋଲିସ।
