ଅଗ୍ନିକାଣ୍ଡରେ ୩ବଖରା ଭସ୍ମୀଭୂତ
ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ତହସିଲ ଅଚକ ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଶଂକର୍ଷଣ ସେଠୀଙ୍କର ୩ବଖରା ଘର ଭସ୍ମୀଭୂତ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡରେ ଘରେଥିବା ବିଭିନ୍ନ ଆସବାବପତ୍ର ସମେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି । ତେବେ ଚୁଲିରୁ ନିଆଁ ଉଠି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ଖବର ପାଇ ତିହିଡ଼ି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟ କରିଥିଲେ ମଧ୍ୟ ଘର ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡର ଖବର ପାଇ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ସହିତ ବିଜେପି ନେତା ବୁଦ୍ଧଦେବ ଜେନା, ସୀତାକାନ୍ତ ନାୟକ, ଦେବାଶିଷ ସାମଲ, ସରୋଜ ମହାନ୍ତି, କେଶବ ବେହେରା, ବସନ୍ତ ବେହେରା, ବ ସ୍ୱତ ଦଳେଇ, ଶେଖର ବଳ, ପ୍ରକାଶ ବୈୟାରୀ ପ୍ରମୁଖ ଉପସ୍ଥିତ ଥିଲେ ।
