୧୨ରୁ ପଞ୍ଚୁପାଲିରେ ୨୫୧ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମକର ସଂକ୍ରାନ୍ତିରେ ଉଦଯାପନ
ବାଲିଆପାଳ : ଓଡ଼ିଶା ପ୍ରାଇଡର ସଭାପତି ମାନସ ଦାସଙ୍କ ତତ୍ତ୍ଵାବଧାନରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଖେଳ ପଡ଼ିଆରେ ୨୫୧ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ୧୨ ତାରିଖରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତିରେ ଉଦଯାପିତ ହେବ। ଏହି ପରିପ୍ରେକ୍ଷୀରେ ୧୨ ତାରିଖ ଗୁରୁବାର ବିବେକାନନ୍ଦ ଜୟନ୍ତୀ ୧୩ ତାରିଖ ଶୁକ୍ରବାର ହିନ୍ଦୁ ଧର୍ମ ମହାସଭା ଏବଂ ୧୪ ତାରିଖ ଶନିବାର ୨୫୧ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣାହୁତି ପ୍ରଦାନ କରାଯିବ।ପ୍ରତ୍ୟହ ଦିନ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସ୍ୱଦେଶୀ ଘୃତ ଦ୍ୱାରା ହେବାକୁ ଯାଉଥିବା ମହାଯଜ୍ଞରେ ଜଜମାନ ହେବାପାଇଁ ଓଡ଼ିଶା ପ୍ରାଇଡର ସଭାପତି ଶ୍ରୀ ଦାସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାସମାରୋହରେ ପରମପୂଜ୍ୟ ସଦଗୁରୁ ସ୍ବାମୀ ସମର୍ପଣାନନ୍ଦ ଗିରି ଯୋଗ ଦେଇ ଆଶୀର୍ବଚନ ପ୍ରଦାନ କରିବେ।ଧର୍ମ ସଭା ପାଇଁ ବିଭିନ୍ନ ଯୋଗୀ ମହାରାଜ ମାନେ ଯୋଗ ଦେଇ ହିନ୍ଦୁ ସନାତନ ଧର୍ମର ମହତ୍ତ୍ୱ ଓ ହିନ୍ଦୁ ସନାତନ ଧର୍ମର ପ୍ରତି ବିଶ୍ଵ ବାସୀଙ୍କ ଆଗ୍ରହତା ଉପରେ ବିଶଦ ଆଲୋଚନା କରାଯିବାର ଥିବା ବେଳେ ଯଜ୍ଞ କାର୍ଯ୍ୟ ପାଇଁ ବିଭିନ୍ନ ସାଧୁ ସନ୍ଥଙ୍କ ସହିତ ସୁଦୂର ନାଗପୁରର ସୁଦର୍ଶନ ଦେବ ଆଚାର୍ଯ୍ୟ ମହାରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।
