ଭୀମା କୋରେଗାଓଁ ଯୁଦ୍ଧକୁ ପୁରିଲା ୨୦୫ ବର୍ଷ, ବିଜୟସ୍ତମ୍ଭ ନିକଟରେ ଏକାଠି ହେଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ : ଚଳିତ ବର୍ଷ ଭୀମା କୋରେଗାଓଁ ଯୁଦ୍ଧକୁ ପୁରିଛି ୨୦୫ ବର୍ଷ। ୧୮୧୮ ମସିହା ଆଜିର ଦିନରେ ହୋଇଥିଲା ଐତିହାସିକ ଭୀମା କୋରେଗାଓଁ ଯୁଦ୍ଧ। ଏହି ଯୁଦ୍ଧ ତତ୍କାଳୀନ ପେଶୱା ଶାସକ ଏବଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ହୋଇଥିଲା। ଇତିହାସ ଅନୁଯାୟୀ ଭୀମା କୋରେଗାଓଁ ଯୁଦ୍ଧରେ ପେଶୱା ସେନା ପରାସ୍ତ ହେବା ପରେ ସେତେବେଳେର ପୁଣେ ସାମ୍ରାଜ୍ୟ ଅର୍ଥାତ ଆଜିର ମହାରାଷ୍ଟ୍ର ଇଂରେଜ ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣକୁ ଆସି ଯାଇଥିଲା।
ପ୍ରତିବର୍ଷ ଐତିହାସିକ ଭୀମା କୋରେଗାଓଁ ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାସ୍ଥିତ କୋରେଗାଓଁ ଭୀମା ବିଜୟସ୍ତମ୍ଭ ଠାରେ ହଜାର ହଜାର ଲୋକ ଏକତ୍ରୀତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ଏପରିକି ରାଜନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏବଂ ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜଦ ପ୍ରମୁଖ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଆଜକୁ ୫ ବର୍ଷ ପୂର୍ବେ ଚର୍ଚ୍ଚାକୁ ଆସିଥିଲା ଭୀମା କୋରେଗାଓଁ ଯୁଦ୍ଧର ବର୍ଷ ପୂର୍ତ୍ତି। ଗତ ୨୦୧୮ ବର୍ଷରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ସମୟରେ ହୋଇଥିଲା ହିଂସା। ଏହି ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ ୧୬୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ହିଂସା ପର ଠାରୁ ଭୀମା କୋରେଗାଓଁ ଠାରେ ପ୍ରତିବର୍ଷ ନୂଆ ବର୍ଷର ପ୍ରଥମ ଦିନରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଥାଏ। ଯାହା ଦ୍ୱାରା ଏପରି ଘଟଣା ଯେପରି ପୁନରାବୃତ୍ତି ଯେପରି ନହୁଏ।
ଆଜକୁ ୨୦୫ ବର୍ଷ ପୂର୍ବେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ପେଶୱା ସେନା ମଧ୍ୟରେ କୋରେଗାଓଁ ନାମକ ସ୍ଥାନରେ ଅବସ୍ଥିତ ଭୀମା ନଦୀ କୂଳରେ ଏକ ଯୁଦ୍ଧ ହୋଇଥିଲା। ଯାହା ଭୀମା କୋରେଗାଓଁ ଯୁଦ୍ଧ ନାମରେ ପରିଚିତ। ଏହି ଯୁଦ୍ଧରେ ବ୍ରିଟିଶ ସେନା ପକ୍ଷରୁ ଲଢୁଥିବା ୫୦୦ ମାହାର ସୈନିକଙ୍କ ସାମ୍ନା ତତ୍କାଳୀନ ପେଶୱା ଶାସକ ବାଜିରାଓ ଦ୍ୱିତୀୟଙ୍କ ସୈନାବାହିନୀ ସହ ହୋଇଥିଲା। ପେଶୱା ସେନା ପକ୍ଷରୁ ପ୍ରାୟ ୨୫ ହଜାର ଏବଂ ବ୍ରିଟିଶ ସେନା ପକ୍ଷରୁ ପ୍ରାୟ ୮ ସୈନିକ ଋଣକ୍ଷେତ୍ରରେ ମୁହାମୁହିଁ ହୋଇଥିଲେ। ହେଲେ ଏହି ଯୁଦ୍ଧରେ ବ୍ରିଟିଶ ସେନା ବିଜୟୀ ହୋଇଥିଲା।
ଭୀମା କୋରେଗାଓଁ ଯୁଦ୍ଧରେ ବ୍ରିଟିଶ ସେନା ପକ୍ଷରୁ ଲଢୁଥିବା ମାହାର ସୈନିକ ଯେଉଁ ସାହସିକତା ପ୍ରଦର୍ଶନ କରିଥିଲେ, ସେଥିପାଇଁ ଆଜିର ଦିନକୁ ସ୍ମରଣ କରାଯାଇଥାଏ। ଏହି ବିଜୟ ଦଳିତ ସମ୍ପ୍ରଦାୟର ଆତ୍ମ ସମ୍ମାନର ପ୍ରତ୍ୟାବର୍ତ୍ତନ ଦିନ ଭାବେ ପାଳନ କରାଯାଏ। ଭୀମା କୋରେଗାଓଁ ଯୁଦ୍ଧର ବର୍ଷ ପୂର୍ତ୍ତିକୁ ଶୌର୍ଯ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର କୋରେଗାଓଁ ଭୀମା ଠାରେ ଅବସ୍ଥିତ ବିଜୟସ୍ତମ୍ଭ ନିକଟରେ ହଜାର ହଜାର ଲୋକ ଏକତ୍ରୀତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ପ୍ରତି ନୂଆବର୍ଷର ପ୍ରଥମ ଦିନରେ ଅର୍ଥାତ ଜାନୁଆରୀ ୧ ତାରିଖରେ ଭୀମା କୋରେଗାଓଁ ଯୁଦ୍ଧର ବର୍ଷ ପୂର୍ତ୍ତି ପାଳନ କରାଯାଇଥାଏ।
ଯେତେବେଳେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ଆସିଲା, ସେତେବେଳେ ଏଠାରେ ପ୍ରଚଳିତ ଥିବା ଜାତିଗତ ଭେଦଭାବକୁ ନଜର କରିଥିଲା। ଇଂରେଜ ସେନା ପକ୍ଷରୁ ଲଢିଥିବା ମାହାରଙ୍କୁ ପେଶୱା ଶାସକ ସେମାନଙ୍କ ସେନା ବାହିନୀରେ ଅନ୍ତର୍ଭୁକ୍ତ କରିନଥିଲେ। ଯୁଦ୍ଧ ପୂର୍ବରୁ ମାହାର ସେମାନଙ୍କ ପକ୍ଷରୁ ଲବେ ବୋଲି ପେଶୱା ଶାସକଙ୍କୁ ନିବେଦନ କରିଥିଲେ। ହେଲେ ପେଶୱା ଶାସକ ସେମାନଙ୍କ ଅନୁରୋଧକୁ ଧ୍ୟାନ ଦେଇନଥିଲେ ଏବଂ ସେମାନଙ୍କୁ ସେମାନଙ୍କ ସେନାରେ ଭର୍ତ୍ତି କରିନଥିଲେ। ଏହା ପରେ ମାହାର ବ୍ରିଟିଶ ସେନାରେ ପେଶୱା ସେନା ବିରୋଧରେ ଯୁଦ୍ଧ ଲଢିଥିଲେ।
ଗତ ୧୮୧୮ ମସିହା ଜାନୁଆରୀ ୧ ତାରିଖରେ, ବ୍ରିଟିଶ ଇଣ୍ଡିଆ କମ୍ପାନୀ ଏବଂ ପେଶୱା ସେନା ମଧ୍ୟରେ କୋରେଗାଓଁ ଭୀମା ଠାରେ ମୁହାଁମୁହିଁ ହୋଇଥିଲେ। ପେଶୱା ସେନା ପକ୍ଷରୁ ପ୍ରାୟ ୨୫ ହଜାର ଏବଂ ବ୍ରିଟିଶ ସେନା ପକ୍ଷରୁ ପ୍ରାୟ ୮ ସୈନିକ ଋଣକ୍ଷେତ୍ରରେ ମୁହାମୁହିଁ ହୋଇଥିଲେ। ହେଲେ ଇତିହାସରେ ଏହି ଯୁଦ୍ଧ ବହୁ ଗୁରୁତ୍ୱ ବହନ କରିଥାଏ। କାରଣ ସ୍ୱଳ୍ପ ସୈନିକ ରହିଥିବା ସତ୍ତ୍ୱେ ବ୍ରିଟିଶ ସେନା ଏହି ପେଶୱା ସୈନ୍ୟ ବାହିନୀକୁ ପରାସ୍ତ କରି ବିଜୟୀ ହୋଇଥିଲା। ବ୍ରିଟିଶ ସେନାରେ ଅଧାରୁ ଅଧିକ ସୈନିକ ମାହାର ସମ୍ପ୍ରଦାୟର ଥିଲେ। ଯେଉଁମାନେ ସେତେବେଳର ସମାଜରେ ଅସ୍ପୃଶ୍ୟ ଭାବେ ଜଣାଶୁଣା ଥିଲେ। ଏହି କାରଣରୁ ଦଳିତ ସମ୍ପ୍ରଦାୟ ପ୍ରତି ବର୍ଷ ଏହି ଯୁଦ୍ଧର ବର୍ଷ ପୂର୍ତ୍ତି ପାଳନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।
