ଲଭର୍ସ ପଏଂଟରେ ବୁଡ଼ି ଯାଇଥିଲେ ୨ ପର୍ଯ୍ୟଟକ, ଉଦ୍ଧାର କଲେ ଗ୍ରାମବାସୀ
କନ୍ଧମାଳ: ଓଡ଼ିଶାର କଶ୍ମୀରୀ ଦାରିଙ୍ଗବାଡିରେ ଲଭର୍ସ ପଏଂଟ ଡଡୁବାଡ଼ା ନଦୀରେ ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ନଦୀରୁ ୨ଜଣଙ୍କୁ ଉଦ୍ଧାର କରିଥିଲେ । ସୂଚନା ମୁତାବକ, ରବିବାର ଥିବାରୁ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ପୁରୀରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଡଡୁବାଡ଼ା ଲଭର୍ସ ପଏଂଟ ବୁଲିବାକୁ ଆସିଥିଲେ । ସେଠାରେ ଅନ୍ୟ ମାନେ ଭୋଜି ଭାତରେ ମସଗୁଲ ଥିବାବେଳେ ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ପାଣିର ଅଧିକ ଗଭୀର ଥିବା ଯୋଗୁଁ ଦୁହେଁ ବୁଡ଼ି ଯାଇଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଖବର ପାଇ ଦାରିଙ୍ଗବାଡି ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ ତେବେ ଦୁଇ ପର୍ଯ୍ୟଟକଙ୍କ ସେଭଳି କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।
