୧୯ତମ ଶ୍ରୀଶ୍ରୀ ବିଶ୍ୱଶାନ୍ତି ପୂଣ୍ଣ୍ୟତୋୟା ଗଙ୍ଗାମାତା ମହାଯଜ୍ଞ
ସିମୁଳିଆ : ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତର ମେଳନ ପଡ଼ିଆରେ ୧୯ତମ ଶ୍ରୀଶ୍ରୀ ବିଶ୍ୱଶାନ୍ତି ପୂଣ୍ଣ୍ୟତୋୟା ଗଙ୍ଗାମାତା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗତ ଶୁକ୍ରବାରରୁ ଯଜ୍ଞ ମଣ୍ଡପ, କୁଣ୍ଡ, ତୋରଣ ସସଜ୍ଜିକରଣ ଅରମ୍ଭ ହୋଇଥିଲା । ଶନିବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରାତଃରେ ମଙ୍ଗଳ ଅଧିବାସ ହୋଇଥିଲା । ପରେ ମା’ ଉତ୍ତରେଶୁଣୀ ଦେବୀଙ୍କ ପୀଠରେ ବିଧି ଉପଚାର ପୂଜା, ଯଜ୍ଞ ଉତ୍ସବ, ଚଣ୍ଡୀପାଠ, ନାରାୟଣ ସେବା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
୫୦ଜଣ ବ୍ରତି ସ୍ଥାନୀୟ ପୋଖରୀରୁ ଘଟୋତ୍ତଳନ କରି ଶୋଭାଯାତ୍ରାରେ ଯଜ୍ଞ ପୀଠକୁ ଆସିଥିଲେ । ପରେ ଥାନପତି ଶ୍ରୀଶ୍ରୀ ରାଦାକାନ୍ତଜୀଉଙ୍କ ବିଜେ ହୋଇଥିଲା । ୩୦ଜଣ ବେଦକ ବିଦ୍ୱାନ ପଣ୍ଡିତ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟ ପଣ୍ଡିତ ରୂପେ ଚତୁର୍ଭୁଜ ତ୍ରିପାଠୀ, ନରେନ୍ଦ୍ର ତ୍ରିପାଠୀ, ରାଜେନ୍ଦ୍ର ଦାଶ, ମନୋରଞ୍ଜନ ଦାଶ ପ୍ରମୁଖଥିଲେ । ବିଭିନ୍ନ ଅଞ୍ଚଳର ଭକ୍ତ, ଗ୍ରାମବାସୀ ଓ ଯଜ୍ଞ କମିଟିର ସଦସ୍ୟ ମାନଙ୍କ ଦ୍ୱାରା ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।
