ପଳାତକ ନୀରବ ମୋଦୀ, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଠାରୁ ଆଦାୟ ହୋଇଛି ୧୮୦୦୦ କୋଟି
ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା
ନୂଆଦିଲ୍ଲୀ : ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ଦିନ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଯେ ଦେଶର ବ୍ୟାଙ୍କଗୁଡିକ ଠାରୁ କୋଟି କୋଟି ହଡ଼ପ କରି ପଳାତକ ସାଜିଥିବା ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଉଦ୍ଧାର କରିଛନ୍ତି।
ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ବିଦେଶ ପଳାଇଥିବା ନୀରବ ମୋଦୀ, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଠାରୁ ଏପର୍ୟ୍ୟନ୍ତ କେତେ ଟଙ୍କା ଆଦାୟ କରାଯାଇପାରିଛି ସେନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଇଛନ୍ତି । ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକ୍ସିଙ୍କଠାରୁ ବ୍ୟାଙ୍କ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଜଷ୍ଟିସ ଏ.ଏମ ଖନବିଲକରଙ୍କ ନେତୃତ୍ୱଧୀନ ଖଣ୍ଡପୀଠ ଆଗରେ ମେହେଟ୍ଟା ସୂଚନା ଦେଇ କହିଛନ୍ତି କି ପିଏମଏଲଏ ସହିତ ଜଡିତ ମୋଟ ୬୭ ହଜାର କୋଟି ଟଙ୍କାର ମାମଲା ସୁପ୍ରିମ କୋର୍ଟରେ ରହିଛି ଏହାସହ ଇଡି ଏବେ ୪୭ ହଜାର ମାମଲାର ଯାଞ୍ଚ କରୁଛି ବୋଲି ସେ କହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଇଡି ଦ୍ୱାରା ଯାଞ୍ଚ କରାଯାଇଥିବା ମାମଲା ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ୧୧୧ ଓ ୯୮୧ ଟି ମାମଲା ରହିଛି ।। ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏମଏଲଏ ଅଧୀନରେ ଅଦାଲତ ଦେଇଥିବା ଆଦେଶ ଯୋଗୁଁ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିବାରେ ସଫଳ ହୋଇଛି।
