ଭଦ୍ରକ : ଜାତୀୟ ତମାଖୁ ନିଷେଧ ଆଇନ୍ ଅବମାନନା ନେଇ ଆଜି ଭଦ୍ରକ ସହରର କଲେଜ ରାସ୍ତାରେ ଚଢ଼ଉ କରାଯାଇଛି । ଟାଉନ୍ ଥାନାର ପୋଲିସ୍ ଏ.ଏସ୍.ଆଇ. ଅଶେଷ କୁମାର ଦାସ, ଅବକାରୀ ସବ୍ ଇନସ୍ପେକ୍ଟର ରବି ବେହେରା ଏବଂ ଅନ୍ୟ ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ନେଇ ଆଜି ଏହି ଚଢ଼ଉ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଏପିଡ଼େମିଲୋଜିଷ୍ଟ ଡ଼ା. କାଶୀନାଥ ପଣ୍ଡାଙ୍କ ନେତୃତ୍ୱରେ ଧରପଗଡ଼ କରାଯାଇ ୧୮ ଜଣ ଦୋକାନୀଙ୍କ ଠାରୁ ନିଷେଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଅପରାଧରେ ସମୁଦାୟ ୩୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମୁଦାୟ ୨୩ଟି ଦୋକାନ ଉପରେ ଚଢ଼ଉ କରାଯାଇଥିଲା । ଜବତ୍ କରାଯାଇଥିବା ତମାଖୁ ଓ ସିଗାରେଟ୍ ଜାତୀୟ ଦ୍ରବ୍ୟକୁ ନଷ୍ଟ କରି ଦିଆଯାଇଥିଲା । ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ମଧ୍ୟ ଏହି ଧରପଗଡ଼ ଦଳରେ ସାମିଲ ଥିଲେ ।
Post Views: 45,780