ଅଜଣା ଜନ୍ତୁ ଆକ୍ରମଣରେ ୧୫ ଛେଳି ମୃତ, ୫ ଗାୟବ୍ ଘଟଣା ମୃତ ଛେଳି ପିଛା ୨୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମରେ ଗତ ୨୫ ତାରିଖ ରାତିରେ ଦାଶ ଗୌଡ଼ଙ୍କ ଗୁହାଳରେ ଅଜଣା ବନ୍ୟଯନ୍ତୁ ପଶି ୧୫ଟି ଛେଳି ମାରି ପକାଇବା ସହ ଘଟଣା ପର ଠାରୁ ୫ଟି ଛେଳି ନିଖୋଜ ଥିଲେ । ଖବର ପାଇ ଗତକାଲି ବନ ବିଭାଗ ଓ ପ୍ରାଣୀ ଚିକିତ୍ସକଙ୍କ ଟିମ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବାରହା ପଲ କିମ୍ବା ଜଙ୍ଗଲି କୁକୁର ଗୁହାଳରେ ପଶି ଛେଳି ମାନଙ୍କୁ ଆକ୍ରମଣ କରିଥିବା ପାରିପାଶ୍ୱର୍ିକ ସ୍ଥିତିରୁ ଜଣାପଡିଛି । ମୃତ ଛେଳି ପିଛା ୨୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ଦିଗପହଣ୍ଡି ରେଞ୍ଜର୍ କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏବଂ ଦିଗପହଣ୍ଡି ରେଞ୍ଜ୍ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ରାତ୍ରୀକାଳୀନ ପହରା ଦେବା ନିମନ୍ତେ ପଦକ୍ଷେପ ନିଆଯାଇଥିବା ନେଇ ରେଞ୍ଜର୍ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
