ଆସନ୍ତାକାଲି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
ବରଗଡ଼ : ଆସନ୍ତାକାଲି ୧୨ ଘଣ୍ଟିଆ ବରଗଡ଼ ବନ୍ଦ । ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦପାଳନ ଲାଗି ଡାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏହାକୁ ହିନ୍ଦୁ ମହାସଭା ବି ସମର୍ଥନ କରୁଥିବା ଜଣାଯାଇଛି ।
ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବରଗଡ଼ବାସୀଙ୍କୁ ନିବେଦନ କରାଯାଇଛି। ତେବେ ବନ୍ଦରୁ ଔଷଧ ଦୋକାନ ଓ ଜରୁରୀ ସେବାକୁ ବାଦ୍ ଦିଆଯିବ। ବରଗଡ଼ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ। ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ ବୋଲି କୁହାଯାଇଛି। ଏଥିଲାଗି ଆଜି ବରଗଡ଼ରେ ବଜରଙ୍ଗ ଦଳ ଏକ ବାଇକ ରାଲି ଆୟୋଜିତ କରିବ ବୋଲି ସୂଚନା ମିଳିଛି।
