ବନ୍ଦ ଘରୁ ୩ ଜଣଙ୍କ ରକ୍ତାକ୍ତ ମୃତଦେହ ଠାବ, ହତ୍ୟା ସନ୍ଦେହ
ବରଗଡ଼: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ଚାଞ୍ଚଲ୍ୟ । ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଠାବ । ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ କରାଯାଉଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ମୃତକ ହେଲେ ସେହି ଗାଁର ଟଙ୍କଧର ସାହୁ ଓ ତାଙ୍କର ଦୁଇ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ ସାହୁ ।
ଗ୍ରାମବାସୀଙ୍କ ଠାରୁ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଯଦି ଏହା ହତ୍ୟା ତେବେ କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି ।
