କେନ୍ଦୁଝରରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ : ପୀଡିତାଙ୍କୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମରେ ୧୫ ବର୍ଷର ଜଣେ ନାବାଳିକା ସହିତ ବଳପୂର୍ବକ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର । ଏହି ଘଟଣାରେ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଆର୍ଥିକ ଜୋରିମାନା ପ୍ରଦାନ କରାଯାଇଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ର ରାୟ ପ୍ରଦାନ କରିଛନ୍ତି କୋର୍ଟ । ପ୍ରକାଶଯୋଗ୍ୟ ଯେ, ୧୨/୦୨/୨୦୧୫ ରେ ସଦର ଥାନା ଅଂଳରେ ସେଲେଇ ମୁଣ୍ଡ (୪୯) ପଡୋଶୀ ଘର ର ଜଣେ ବାଳିକା ପାଣି ଆଣିବାକୁ ଯାଉଥିବା ବେଳେ ଅପରାହ୍ନ ୪ ଟା ୩୦ ରେ ବଳପୂର୍ବକ ଟେକିନେଇ ଗର ମୁଣ୍ଡା ବାରଣ୍ଡାରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିବା ସମୟରେ ପୀଡିତାର ମା ଏବଂ ଗାଁ ଲୋକ ପହଁଚି ତାକୁ ଧରିନେଇଥିଲେ । ସଦର ଥାନାରେ ପୀଡିତାଙ୍କ ମା’ ଙ୍କର ଅଭିଯୋଗ ପରେ କେସ ନଂ ୩୭/୧୬.୦୨.୨୦୧୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସେଲେଇ ମୁଣ୍ଡାଙ୍କୁ ଗିରଫ କରିଥିଲା । ସେଦିନ ଠାରୁ ସେ ବିଚାରଧିନ ବନ୍ଦୀ ଭାବେ କେନ୍ଦୁଝର ଜେଲରେ ସଜା କାଟୁଥିଲେ । ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ୧୧ ଜଣ ସାକ୍ଷୀଙ୍କ ବୟାନ ସହ ଫୋରେନସିକ ତଥ୍ୟକୁ ଆଧାର କରି ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୭୬ (୧) ରେ ଅଭିଯୁକ୍ତକୁ ଶନିବାର ଦିନ ଅପରାହ୍ନରେ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପି.ପି ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ । ପୀଡିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ମାନ୍ୟବର କୋର୍ଟଙ୍କ ପକ୍ଷରୁ ଆଦେଶ ଦିଆଯାଇଛି ।
