ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତଳଗୋପବିନ୍ଧା ପଞ୍ଚାୟତର ଖଟୁଆ ସାହି ଗ୍ରାମର ପ୍ରଶାନ୍ତ ମାଝୀଙ୍କ ସାନ ପୁଅ ଚନ୍ଦନ ମାଝୀ (୨୨)ଙ୍କର ଗତକାଲି ରାତିରେ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ପ୍ରଶାନ୍ତ ରାତିରେ ଦୋକାନ ଭଦ୍ରକରେ ଥିବା ତାଙ୍କ ଫୁଲ ଦୋକାନ ବନ୍ଦ କରି ଗାଡ଼ିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଯାଇଥିଲେ । ପେଟ୍ରୋଲ ପକାଇ ବାଇକରେ ଫେରୁଥିବା ବେଳେ ବନ୍ତଛକ ନିକଟରେ ଭାରସାମ୍ୟ ହାରାଇ ଏକ ପୋଲକୁ ଧକ୍କା ଦେଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ମିଳିବା ପରେ ତଳଗୋପବିନ୍ଧା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି ।
