ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା
ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ନିକଟ କତଲିଗୁଡା ଗ୍ରାମରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ପୋଲିସ ସୂତ୍ରରୁ ପ୍ରକାଶ।ମୃତ ଯୁବକ ଙ୍କ ନାମ ସଦାଶିବ ଗାଦବା ବୟସ ୩୨ ବର୍ଷ।ପୋଲିସ ସୂଚନା ଅନୁଯାୟୀ ସଦାଶିବ ଗାଦବା ନିଜ ଗାଁ କତଲିଗୁଡା ରେ ଦୀର୍ଘ ଦିନ ହେବ ଏକ ଛୋଟ ଚାହା ଦୋକାନ କରି ପରିବାର ପୋଷଣ କରୁଥିଲେ।ବ୍ୟବସାୟ କୁ ଉଭୟ ସ୍ୱାମୀ ଓ ସ୍ତ୍ରୀ କୌଣସି ଏକ କାରଣ କୁ ଝଗଡା କରିଥିଲେ।ଏଥିରେ ବ୍ୟତିବ୍ୟସ୍ତ ହୋଇ ସଦାଶିବ ଗାଦବା ବାହାରେ ବିଷ ପିଇ ଘରକୁ ଫେରି ତଳେ ପଡିଯାଇଥିଲେ।ସ୍ୱାମୀ ବିଷ ପିଇବା ଜାଣିବା ପରେ ପରିବାର ଲୋକେ ତୁରନ୍ତ କୁମୁଲିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିବା ସମୟରେ ସଦାଶିବ ଙ୍କ ମୃତୁ ହୋଇଥିବା ପୋଲିସ ସୂଚନା ଦେଇଛନ୍ତି।ଏନେଇ ପରିବାର ଲୋକଙ୍କ ଥାନାରେ ଲିଖିତ ଭାବେ ଜଣାଇବା ପରେ ମୃତ ଯୁବକ ଙ୍କୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଏନେଇ ବୋରିଗୁମ୍ମା ଥାନାରେ ଏକ ଅପମୃତ ମାମଲା କେସ ନମ୍ବର -୦୭ /୨୦୨୩ ରୁଜୁ କରାଯାଇଛି ବୋଲି ଅତିରିକ୍ତ ଥାନା ଆଇଆଇସି ଡମୁ ପରଜା ସୂଚନା ଦେଇଛନ୍ତି।
