ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୃବୁର୍ତ୍ତ, ଜାଳିଦେଲେ ବାଇକ
ଖନ୍ତାପଡ଼ା : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସଉଦା ନେଇ ଘରକୁ ଫେରୁଥିବା ବେଳେ ଯୁବକଙ୍କ ମୋବାଇଲ୍ ଛଡ଼ାଇ ନେଇ ହାଣିଲେ ଦୃବୁର୍ତ୍ତ। ଏହାସହିତ ବାଇକରେ ନିଆଁ ମଧ୍ୟ ଲଗାଇଦେଲେ। ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି ।
ସୂଚନା ଯେ, ଖନ୍ତାପଡ଼ା ଥାନା ବାଲିଚଉଁରୀ ଗାଁର ମୁରଲୀଧର ମଲ୍ଲିକ ବଜାରରୁ ସଉଦା ନେଇ ଫେରୁଥିଲେ । ଏହି ସମାୟାରେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ମୋବାଇଲ ଛଡାଇ ନେବା ସହିତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଲକ୍ଷ୍ମୀଧରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଲୋକେ ଜମା ହୋଇଯିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲକ୍ଷ୍ମୀଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଏ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
