ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ
ସୋର : ସୋର ବ୍ଲକ ସରସଙ୍ଖ ପଞ୍ଚାୟତର ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ସୋର ପୁଲିସ ଜଣେ ଯୁବକକୁ ଗିର‘ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି । ସରଶଂଖ ଅଞ୍ଚଳର ଜଣେ ନାବାଳିକାକୁ କେହି ଅପହରଣ କରିନେଇଥିବା ନାବାଳିକାର ବାପା ଗତ ବର୍ଷ ନଭେମ୍ବର ଏକ ତାରିଖରେ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ପୁଲିସ ୪୬୪/୨୨ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ପୁଲିସ ବିଭିନ୍ନ ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରି ନାବାଳିକା ଜଣଙ୍କ ଗୁଜୁରାଟରେ ରହୁଥିବା ଜାଣିପାରି ଏକ ପୁଲିସ ଟିମ ଗୁଜୁରାଟ ଯାଇଥିଲା । ସେଠାରୁ ଗତକାଲି ନାବାଳିକାକୁ ଉଦ୍ଧାର କରିବା ସହ ସରସଙ୍ଖ ପଞ୍ଚାୟତ କୁଶଗଢିଆ ଗ୍ରାମର ସୁନିଲ ସାହୁକୁ ଗିର‘ କରି ସୋର ଥାନାକୁ ଆଣିଥିଲେ । ଆଜି ପୁଲିସ ଉଭୟଙ୍କର ଡାକ୍ତରୀ ମାଇନା ପରେ ସୁନୀଲକୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ଏବଂ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
