ହୋଟେଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର
କଟକ : କଟକ କଲେଜ ଛକ ସ୍ଥିତ ଶୋଭା ପ୍ୟାଲେସ ହୋଟେଲରୁ ଯୁବକଙ୍କର ଗଳିତ ଶବ ଉଦ୍ଧାର । ଗତ ୧୬ ତାରିଖରୁ ଘରୁ ପଳାଇ ଆସିଥିଲେ । ୨୦ ତାରିଖରେ କଲେଜ୍ ଛକ ଶୋଭା ପ୍ୟାଲେସ ହୋଟେଲରେ ରହିଥିଲେ । ମୃତ ଯୁବକଙ୍କ ଘର କଟକ ଜିଲ୍ଲା କାନପୁର ଗଣଗଣା ଗାଁର । ତାଙ୍କ ନାମ ବିଶ୍ୱନାଥ ବେହେରା ବୋଲି ଜଣାପଡିଛି । ରୁମ୍ ଖୋଲି ନଥିବାରୁ ହୋଟେଲରେ କର୍ମଚାରୀ ମାଲଗୋଦମ ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଗଳିତ ମୃତ ଦେହକୁ ଉଦ୍ଧାର କରିଛି । ଘର ଲୋକ ପହଞ୍ଚିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ପୋଲିସ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
