ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ! ନାଟମଣ୍ଡପ ଛାତ ଉପରକୁ ଚଢିବାକୁ ଯୁବକଙ୍କ ଉଦ୍ୟମ
ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ନାଟମଣ୍ଡପ ଛାତ ଉପରକୁ ଚଢିବାକୁ ଯୁବକଙ୍କ ଉଦ୍ୟମ । ସଂପୃକ୍ତ ଯୁବକ କୋଲକାତାର ରାକେଶ ହାଜରା ବୋଲି ଜଣାପଡିଛି । ସିଂହଦ୍ୱାର ଥାନାରେ ଅଟକ ଥିବା ସୂଚନା । ଫଳରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।
ସୂଚନା ଯେ, ସୋମବାର ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିଲେ। କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପ ଉପରେ ଚଢୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିବା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।
