ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ, କାରଣ ଅସ୍ପଷ୍ଟ
ସମ୍ବଲପୁର : ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରେ ଅଭାବନୀୟ ଘଟଣା । ଚାଉଁରପୁର ପୋଲ ଉପରୁ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଜଣେ ଯୁବକ । ଫୋନରେ କଥା ହେବା ପରେ ପୋଲ ଉପରୁ ପାଣିକୁ ଡେଇଁ ପଡିଥିବା ସୂଚନା ମିଳିଛି। ତେବେ କାହିଁକି ପାଣିକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଯେ, ଚାଉଁରପୁର ବ୍ରିଜ୍ ଉପରେ ଜଣେ ଯୁବକ ହଠାତ୍ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଛନ୍ତି । କୌଣସି କାରଣକୁ ନେଇ ନଦୀକୁ ଡେଇଁଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନଦୀକୁ ଡେଇଁବା ନେଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ହେଲେ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟିକୁ ନେଇ ତଦନ୍ତ କରୁଛି ପୋଲିସ ।
