ଶାଢ଼ୀରେ ଫାଶୀ ଲଗାଇ ଯୁବକ ମୃତ
ବାଲିଆପାଳ (ସୁବାସ ଦାସ) : ବେକରେ ଶାଢ଼ୀ ଗୁଡାଇ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମର ସୂର୍ଯ୍ୟନାରାୟଣ ପାତ୍ର (୨୧) । ସେ ଗତ ଶନିବାର ରାତିରେ ଶାଢ଼ୀରେ ଫାଶୀ ଦେଇଥିବାର ଜଣାପଡିଛି। ତେବେ ଆଜି ଭୋର୍ ବେକରେ ଶାଢ଼ୀ ଗୁଡାଇ ଆତ୍ମହତ୍ୟା କରିଥିବା ଘରଲୋକ ଦେଖିବାକୁ ପାଇଥିଲେ। ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ସୂର୍ଯ୍ୟନାରାୟଣ ଏପରି କାର୍ଯ୍ୟ କରିଥିବା ଘରଲୋକ କହିଛନ୍ତି।
ସୂଚନା ଯେ, ବାଲିବିଲ ଗ୍ରାମର ମୃତ୍ୟୁଞ୍ଜୟ ପାତ୍ରଙ୍କ ବଡ଼ପୁଅ ସୂର୍ଯ୍ୟନାରାୟଣ ବାଲେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରି ଆସୁଥିଲେ । ଶୁକ୍ରବାର ସେ ବାଲେଶ୍ୱରରୁ ଗାଁକୁ ଆସିଥିଲେ । ସେ ଘରକୁ ଆସିବା ଠାରୁ ଚୁପ୍ଚାପ୍ ରହୁଥିଲେ । କାହା ସହିତ ଭଲ କଥା ବାର୍ତ୍ତା କରୁନଥିଲେ । ପ୍ରତିଦିନ ପରି ଶନିବାର ରାତିରେ ଖାଇ ପିଇ ନିଜ ଶୋଇବା ଘାରେ ଭିତର ପଟରୁ କବାଟ ଦେଇ ଶୋଇଥିଲେ । ପ୍ରତିଦିନ ପରି ବାପା ମୃତ୍ୟୁଞ୍ଜୟ ସୂର୍ଯ୍ୟନାରାୟଣକୁ ନିଦରୁ ଉଠିବା ପାଇଁ ଡାକିଥିଲେ । ହେଲେ ସୂର୍ଯ୍ୟନାରାୟଣ ଶୁଣୁ ନଥିଲେ । ତେଣୁ ମୃତ୍ୟୁଞ୍ଜୟ ଘର ପଛ ପଟରେ ଥିବା ଝରକା ଦେଇ ପୁଅକୁ ଡାକିଦେବା ପାଇଁ ଯାଇ ପୁଅ ଶାଢ଼ୀ ବେକରେ ଦେଇ ଝୁଲୁଥିବାର ଦେଖିଥିଲେ । ଉକ୍ତ ଖବରପାଇ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିଲେ । ଏନେଇ ଫାଣ୍ଡି ଅଧିକାରୀ ଶ୍ରୀ ମୁଦୁଲି ବାଲିଆପାଳ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୪୧/୨୧) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
