ବାଲେଶ୍ୱର : ସାପ କାମୁଡ଼ାରେ ଯୁବକ ମୃତ
ଲଙ୍ଗଳେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ପଞ୍ଚାୟତର ମିର୍ଗାପାହି ଗ୍ରାମରେ ରବିବାର ଅପରାହ୍ନରେ ବିଲକୁ କାମ କରିବାକୁ ଯାଇ ଥିବା ବେଳେ ବିଷାକ୍ତ ସର୍ପ ଦଂଶନରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ମିର୍ଗାପାହି ଗ୍ରାମର ଦିଲ୍ଲୀପ ସାହୁ (୩୫) ।
ସୂଚନା ଅନୁଯାୟୀ ଏବେ ଧାନ ରୁଆ ସମୟ ହୋଇଥିବାରୁ ଦିଲ୍ଲୀପ ବିଲକୁ କାମ କରିବାକୁ ଯାଇଥିଲେ । ବିଲରୁ ଫେରିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୀଲ୍ଲୀପ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ଜଣେ ୬ ବର୍ଷର ପୁଅ ଏବଂ ୨ ବର୍ଷର ଝିଅ ରହିଛି । ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।
