ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଯୁବକ ମୃତ
ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଛତିଶଗଡ଼କୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଗତକାଲି ସଂନ୍ଧ୍ୟାରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତକ ରତନ ମାଝୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ଗତକାଲି ସଂନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ସେଠାରେ ଆନ୍ଦୋଳନ ଜାରୀ ରଖିଛନ୍ତି ଉତ୍ୟେକ୍ତ ଲୋକ । ରାସ୍ତାରୋକ ଯୋଗୁଁ ଦୀର୍ଘ ସମୟ ଧରି ଛତିଶଗଡ଼କୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଉତ୍ୟେକ୍ତ ଲୋକ କହିଛନ୍ତି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଏହାର ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି ।
