ଯାତ୍ରାପାର୍ଟି ଟେଂଟରୁ ଖସି ଯୁବ ଶ୍ରମିକଙ୍କ ମୃତ୍ୟୁ
କୋରେଇ : ପାଣିକୋଇଲି ଗ୍ରାମରେ ଏକ ଯଯୁବକ ଯାତ୍ରାପାଯଇର୍ ଟେଂଟରୁ ଖସି ମୃତ୍ୟୁô ବରଣ କରିଛି । ତାର ମୃତ ଶରୀର ଗ୍ରାମରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶେଷରେ ଗାଁ ଶସ୍ମାନରେ ତାର ଶେଷକୃତ ସମ୍ପନ୍ନ କରାଯାଇଛି । ପ୍ରକାଶଯେ ପାଣିକୋଇଲି ବାଲିଦାଣ୍ଡ ସାହିର ବୋଧିରାମ ଯେନାଙ୍କ ପୁଅ ପ୍ରଦୀପ ଯେନା(୪୦) ରାଜମହଲ ଯାତ୍ରା ପାର୍ଟିରେ ଟେଂଟ କାମ କରିନ୍ତି । ତାଙ୍କର ଦୁଇ ଛୋଟ ପୁଅ ଥିବା ବେଳେ ସେହି ରୋଜଗାରରେ ପରିବାର ପ୍ରତିପୋଷଣ ହୁଏ । ନିମାପଡାରେ ରାଜମହଲ ଯାତ୍ରା ପାର୍ଟିର ବୁଧବାର ଟେଂଟ କାମ ଚାଲୁଥିବା ବେଳେ ପ୍ରଦୀପ ଭାରସାମ୍ୟ ହରାଇ ଟେଂଟ ଉପରୁ ତଳକୁ ଖସିପଡିଥିଲେ । ତାଙ୍କୁ ସେଠାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପଟିଲାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛ୍ୟେନ ପରେ ପ୍ରଦୀପଙ୍କ ମରଶରୀରକୁ ପାଣିକୋଇଲି ଅଣାଯାଇଥିଲା । ମୃତ ଶରୀର ପହଂଚିବା କ୍ଷଣି ଏକ ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ।
