ଏଣିକି ଘରେ ବସି କରିପାରିବେ ଭୋଟର ପରିଚୟପତ୍ର ଆବେଦନ ଓ ସଂଶୋଧନ
- ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଜାନୁଆରୀ ୫ ରେଚୂଡାନ୍ତ ତାଲିକା ପ୍ରକାଶ
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଜାନୁଆରୀ ୫ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଚଳିତ ଥର ଅନ ଲାଇନ ମାଧ୍ୟମରେ ସଂଶୋଧନ କରିହେବ । ଏଥିପାଇଁ ସ୍ୱତନ୍ତ୍ର ଆପର ବ୍ୟବସ୍ଥା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ, ସେମାନଙ୍କର ଭୋଟର ଲିଷ୍ଟରେ ନାଁ ନଥିବ କିମ୍ବା ଯେଉଁମାନେ ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା ।
ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟା ଲୋକମାନେ କରି ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହାପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣଙ୍କୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଂଚଳରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡି ଥିବା ଏକ ଲକ୍ଷ ଲୋକଙ୍କୁ ଆମେ ଅଟୋ ମେକାନିଜମ ଦ୍ୱାରା ବାଦ ଦେଇ ସାରିଛୁ । ଆହୁରି ୪ ଲକ୍ଷ ଆବେଦନ ମଧ୍ୟ ରହିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତି ସଂପୃକ୍ତ ଭୋଟ ପଂଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇ ପାରିବେ । ଏତଦ୍ ବ୍ୟତୀତ ନାଗରିକମାନେ ମଧ୍ୟ ବୁଥ୍ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍ସ୍ତରୀୟ ଅଧିକାରୀ ଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତି ସଂପର୍କରେ ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇପାରିବେ । ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଅନ୍ଲାଇନ୍ ମାଧ୍ୟମରେ ଏକ ନାଗରିକ ଅନୁକୂଳ ଆପ୍ ଭୋଟର ହେଲପ୍ଲାଇନ୍ ଠକ୍ଟଗ୍ଧରକ୍ସ ଐରକ୍ଷକ୍ଟ୍ର ଖସଦ୍ଭର ଇକ୍ଟ୍ରକ୍ଟ୍ର , ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ ଇକ୍ଟ୍ରକ୍ଟ୍ର କରିଛନ୍ତି । ଏହି ଆପ୍ ଆନ୍ଡ୍ରଏଡ୍ ଫୋନ୍ର ପ୍ଲେଷ୍ଟୋରରୁ ଓ ଆଇଓଏସ୍/ଆପଲ୍ ଆଇ ଫୋନ୍ର ଆପ୍ ଷ୍ଟୋରରୁ ଡାଉନ୍ଲୋଡ଼ କରିପାରିବେ । ଭୋଟର ତାଲିକାରେ ନୂତନ ଭାବେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍ ଡାଉନ୍ଲୋଡ୍ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ୍ ବାସସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ୍/ଟେଲିଫୋନ୍ ବିଲ୍/ଜମିଜମା ଦସ୍ତାବିଜ୍ର ସ୍କାନ୍ କପି ଅପ୍ଲୋଡ୍ କରିବାକୁ ହେବ ।
